-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
24-Sep-2023
ବୋଡ଼େନ(ଡୋଲେଶ୍ଵର ବାଗ ): - ସ୍ଥାନୀୟ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନଠାରେ ଜାତୀୟ ସେବା ସଂସ୍ଥା ଦ୍ଵାରା ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ବୋଡ଼େନ ଥାନା ଭରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏସ ଆଇ ଆର୍ତ୍ତତ୍ରାଣ କର ଓ ଭୂଗୋଳ ବିଭାଗର ଡେମୋଷ୍ଟ୍ରେଟର ବଳରାମ ଦଣ୍ଡସେନା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମଟିକୁ କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ପରିଚାଳନା କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳ ହୋଇଥିବା ବିଗତ ବର୍ଷର ଓ ଚଳିତ ବର୍ଷର ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା ପରିଶେଷରେ +୩ ଶେଷ ବର୍ଷର ଛାତ୍ରୀ ସ୍ଵେଚ୍ଛାସେବୀ ତ୍ରିବେଣୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।