-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
24-Sep-2023
ବଲାଙ୍ଗିର: ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ଚଳିତ ବର୍ଷ ୫୦ବର୍ଷ ପୂର୍ତ୍ତିରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୧୯.୧୧.୨୦୨୩ ରୁ ୨୭.୧୧.୨୦୨୩ ରେ ପାଳନ କରିବାକୁ ଯାଉଛି l ଆଜି ସ୍ଥାନୀୟ ପ୍ରହରି ଛକ ପାଖରେ ସୁବର୍ଣ୍ଣ ଜୟନ୍ତି ର ଲୋଗୋ ଉନ୍ମୋଚନ ଓ ନୂଆଖାଇ ଭେଟଘାଟ ଉତ୍ସବ ପାଳନ କରାଯାଇଥିଲା l ଉକ୍ତ ଉତ୍ସବରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି, ବିପ୍ଲବୀ କବି ହୀରାଲାଲ ସାହୁ ସମ୍ମାନିତ ଅତିଥି, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଯୋଗଦାନ କରିଥିଲେ l ଆୟୋଜନ କମିଟିର ମୁଖ୍ୟ ପ୍ରକାଶ ନେପାକ ବିବରଣୀ ପ୍ରଦାନ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତି ରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଂଜ୍ଞ, ସାତ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସ୍ମରଣିକା ପ୍ରକାଶ କରାଯିବାର ସୂଚନା ଦେଇଥିଲେ ଏବଂ ସହରର ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସାମିଲ କରି ଏହି ଉତ୍ସବକୁ ମହା ସମାରୋହରେ ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାର ସୂଚନା ଦେଇଥିଲେ l ଆୟୋଜଜ କମିଟି ମହିଳା ଶାଖା ସଭାପତି ବନେଶ୍ୱରୀ ବେହେରା ଆଗାମୀ ସୁବର୍ଣ ଜୟନ୍ତୀ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ lବରିଷ୍ଠ ସଭ୍ୟ ଭଗବାନ ବଗର୍ତି ସ୍ୱାଗତ ଭାଷଣ ଦେଇଥିଲେ l ଆୟୋଜକ କମିଟି ତରଫରୁ ମୁଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ, ପୌରାଧକ୍ଷl ଲିକା ସାହୁ, କବି ହୀରାଲାଲ ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଉପଢୌକନ ଦେଇ ସାମ୍ନାନୀତ କରାଯାଇଥିଲା l ମୁଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ ତଥା ସମସ୍ତ ସମ୍ମାନିତ ଅତିଥି ଏବଂ ଆୟୋଜକ କମିଟିର ସମସ୍ତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ଜୟନ୍ତି ଲୋଗୋ ଉନ୍ମୋଚନ କରିଥିଲେ ଏବଂ ଦୀର୍ଘ ୪୯ ବର୍ଷ ଧରି ନାମଯଂଜ୍ଞ ଆୟୋଜକ କରି ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାରୁ ସମଗ୍ର ଓଡିଶାରେ ଚହଳ ପକାଇବାକୁ ଯାଉଛି ବୋଲି କହିଥିଲେ ଏବଂ କମିଟିକୁ ସାଧୁବାଦ ଜଣାଇଥିଲେ l ପଦ୍ମଶ୍ରୀ ହଳଧର ନାଗ କୋଶଲ ପ୍ରଦେଶ ଆଜିର ନୁହେଁ ବହୁ ପୁରାତନ ଇତିହାସ ଅଛି l ପ୍ରଭୁ ରାମଚନ୍ଦ୍ରଙ୍କ ମାମୁ ଘର ଏହି କୋଶଲ ପ୍ରଦେଶ ବୋଲି କହିଥିଲେ l ଏକ ମର୍ମସ୍ପର୍ଶୀ କୋଶଲି କବିତା ଆବୃତ୍ତି କରି ଉତ୍ସବର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l କମିଟି ର ବରିଷ୍ଠ ସଭ୍ୟ ପ୍ରଦୀପ ସାହୁ, ସନ୍ତକ ବହିଦାର, ଦମୟନ୍ତୀ ବାଗ, ଇସ୍ମତ ଆରା ଖାନ, କୁନୁ ପାତ୍ର, ଅଙ୍କୁଶ ହୋତା, ଶରତ ଷlଣ୍ଢ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ l ପୌରାଧ୍ୟକ୍ଷା ଲିକା ସାହୁ ଏହି ଐତିହାସିକ ସମାରୋହକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l କମିଟିର ବରିଷ୍ଠ ସଭ୍ୟ ନୀଳମଣି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସଭା ସଂଯୋଜନା ମଧୁ ନାଏକ କରିଥିଲେ l ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିକାଶ ସା ସଂଯୋଜନା କରିଥିଲେ l କମିଟିର ସଭ୍ୟ ବିଧୁ ଭୂଷଣ ତ୍ରିପାଠୀ,ଭବାନୀ ଶଙ୍କର ଶତପଥି, ଯଶବୀର ସିଂ, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର, ରବି ବହିଦାର, ଜିତେନ୍ଦ୍ର ନାଗ,ଟିଂକୁ ପଣ୍ଡା, ମହିଳା କମିଟି ସମ୍ପାଦକ ଲିନା ମହାନ୍ତି, ଉପାସଭାପତି ପ୍ରତିମା ମଟାରୀ,ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ,ମୁନା ଖାନ, ଶିବ ନାରାୟଣ ରଥ, ବଳରାମ ବେହେରା, ପ୍ରଦୀପ ଦର୍ଜୀ,ଅଶୋକ ଚାନ୍ଦ,ମଦନ ରଥ,ବାବୁ ସା, ସଞ୍ଜୟ ଶତପଥି, ଶିବେନ୍ଦ୍ର ସାହୁ, ଚିତ୍ତ ସାହୁ, ଦିଜ ମିଶ୍ର, ଶ୍ରୀବତ୍ସ ମହାରଣା, ଯୁଗୀନ୍ଦ୍ର ସାହୁ, ଶ୍ରୀବତ୍ସ ବେହେରା, ଟୁନା ହୋତା, ଅଜିତ ପଣ୍ଡା, ଦିଲୀପ ସାହୁ, ବାଦଲ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଭ୍ୟ ବିଶ୍ୱଜିତ ସାହୁ, ଜିତେନ୍ଦ୍ର ନାଗ ଓ ରାମଚନ୍ଦ୍ର ଷଢଙ୍ଗୀ ଏବଂ ହରାଇଜନ ଗ୍ରୁପ ପରିଚାଳନା କରିଥିଲେ l