-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
03-Sep-2023
ବୋଡ଼େନ(ଡୋଲେଶ୍ଵର ବାଗ ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲିଟିସର୍ଗି ପଞ୍ଚାୟତ ର ପିତାପାଣି ଗ୍ରାମ ନିକଟରେ ଏକ ମହୁଲ ଗଛରେ ବାବେବିର ଗ୍ରାମର କ୍ଷୀର ସିନ୍ଧୁ ଲୋହାର ପିତା ଠୋଙ୍ଗୋ ଲୋହାର, ବୟସ ୫୦ ରୁ ୫୫ ବର୍ଷ ଭିତରେ ହେବ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି ।ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବାପରେ ଏସ ଆଇ କେଦାର ନାଥ
ମାଝୀ,ଏସ ଆଇ ଧରଣୀ ଧର ଦାସ , ଲେଡୀ କନେଷ୍ଟବଳ ସବିତା ଶତପଥୀ ଏବଂ ତିନି ଜଣ ହୋମ ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହିତ ତାର ଘରର ଲୋକଙ୍କୁ ଡକାଇ ଏମ୍ବୁଲାନ୍ସ ଯୋଗେ ପୋଷ୍ଟ ମଟମ୍ ପାଇଁ ବୋଡ଼େନକୁ ପଠାଇଛନ୍ତି ।ପୋଲିସ ତାଙ୍କର ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ଦୃଷ୍ଟି ହୁଏ ।ମୃତ ଖିରସିନ୍ଧୁ ଲୋହାର ଜଣେ ମାନସିକ ବିକୃତ ବ୍ୟକ୍ତି ଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।