-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ରାଜ୍ୟ

ଓଡିଶାରୁ ରାଜ୍ୟ ବାହର କୁ ଚାଲାଣ ହେଉଛି ୨୦ ପ୍ରକାରର ରତ୍ନ ପଥର; ଖଣି ଥିବା ନେଇ ଅବଗତ ନାହିଁ ବିଭାଗ,ଖଣି ମାଫିଆ ସକ୍ରିୟ।

13-Dec-2020



ଭୁବନେଶ୍ୱର,(ଶୁଭାଶିଷ ନାୟକ) :ଓଡିଶାରୁ ରାୟଗଡା ଜିଲ୍ଲାରୁ,କୋରାପୁଟ ଜିଲ୍ଲା ତଥା ବଲାଙ୍ଗୀର ଜିଲ୍ଲା ରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚୋରା ଚାଲାଣ କରାଯାଉଛି । ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗି ପାରିନାହିଁ । ସୋମବାର କ୍ରାଇମବ୍ରାଞ୍ଚ ଏସଟିଏଫ ରାୟଗଡା ସହରରୁ ଅମ୍ବାଦଲା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କ ନିକଟରୁ ପ୍ରାୟ ୨୦ ପ୍ରକାର ରତ୍ନପଥର (୧୫୧କେ. ଜି) ଜବତ କରିବା ପରେ ଏହା ପଦରେ ପଡିଛି । ଜିଲାରେ ବନ୍ଦ ହୋଇଥିବା ରତ୍ନ ଖଣିଗୁଡିକରୁ ମାଫିଆମାନେ ବିପୁଳ ପରିମାଣର ରତ୍ନପଥର ଲୁଟି ନେଉଥିବାବେଳେ ଓଡ଼ିଶା ଖଣି ନିଗମ ଓ ପ୍ରଶାସନ ଚୁପ ବସିଥିବା ନେଇ ଜିଲ୍ଲାରେ ଅସନ୍ତୋଷ ବଢୁଛି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଧିନସ୍ଥ ତୁରେକେଲା ଅଞ୍ଚଳ ର ସୁର୍ମା  ଖଦାନ ଅଞ୍ଚଳ ରୁ ସଂଗୃହିତ ମୂଲ୍ୟବାନ ରତ୍ନପଥର ଦୀର୍ଘ ଦିନ ଧରି ଚାଲି ଆସୁଛି ।

ସେହିପରି ରାୟଗଡା 
ଜିଲ୍ଲାର ବିସମକଟକ ବ୍ଲକ ପାଇକ ଡାକୁଲୁଗୁଡାରେ ଟିବା ବୈଦୁର୍ଯ୍ୟ ଖଣିରୁ ପ୍ରତିଦିନ ରତ୍ନପଥର ଖୋଲାଯାଇ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହୋଇଛି । ଜିଲ୍ଲାର ବିଭିନ୍ନ ରତ୍ନପଥର ଖଣି ଅଞ୍ଚଳରେ ମାଫିଆମାନେ ଆଡ୍ଡା ଜମାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନପଥର ଖୋଳୁଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ବିସମକଟକ ବ୍ଳକ ଅନ୍ତର୍ଗତ ରାସପଲ୍ଲା,ମିନୁଗୁଡା ବ୍ଳକର ଦହିଖାଲ ଏବଂ ରାୟଗଡ଼ାର ଇରୁକୁଠାରେ ମଧ୍ୟ ରତ୍ନପଥର ଖଣି ରହିଥିବା କୁହାଯାଇଛି । କିନ୍ତୁ ଏସବୁ ଖଣି ବିଷୟରେ ଖଣି ନିଗମ ନିକଟରେ କୌଣସି ସୂଚନା ନାହିଁ ।

    ରାୟଗଡା ଜିଲ୍ଲା ବିସମକଟକ ବ୍ଳକ ପାଇକପଡ଼ା ଓ କଲଗୁଡା ଗ୍ରାମରେ ୨ଟି କ୍ୟାଟ୍ସ ସାଇଜ ରତ୍ନପଥର ଖଣି ରହିଥିବା ବେଳେ କୋରାପୁଟ ସ୍ଥିତ ଖଣି ବିଜୟ ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଲିଜରେ ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଏଠାରୁ ରତ୍ନପଥର ଉତ୍ତୋଳନ ନିମନ୍ତେ ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ ଆଦି ବିଭିନ୍ନ ପ୍ରାଥମିକ  କାଗଜପତ୍ର ହୋଇ ନ ଥିବା ସେ କହିଛନ୍ତି । କିନ୍ତୁ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ରତ୍ନପଥର ଖଣିରୁ ବେଆଇନ ଚାଲାଣ ନେଇ ତାଙ୍କୁ ପଚାରିବାକୁ ସେ ଏହାକୁ ଅସ୍ବୀକାର କରିଛନ୍ତି । 

ଉଲ୍ଲେଖଯୋଗ୍ୟ ୧୨ବର୍ଷ ତଳେ ରାୟଗଡା ଜିଲ୍ଲାର ଡାକୁଲୁଗୁଡା ପାହାଡରେ ରତ୍ନପଥର ଖଣି ସନ୍ଧାନ ମିଳିଛି  । ସେତେବେଳେ ଖଣି ନିଗମ ପକ୍ଷରୁ ଉକ୍ତ ସ୍ଥାନରେ ଖନନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । କିନ୍ତୁ ସରକାର ଏହାକୁ ହାତକୁ ନ ନେବା ଯୋଗୁ ଖଣି ମାଫିଆମାନେ ଏହାର ଫାଇଦା ନେଲେ । ୨୦୧୮ ରେ ଏଠାରୁ ଦଲାଲମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୧୫୦-୨୦୦ଫୁଟ୍ ଗଭୀରରେ ଖଣି ଖୋଲିଥିଲେ । ଏହା ଜାଣିବା ପରେ ଗୁଣପୁର ଉପଜିଲ୍ଲାପାଳଙ୍କ ନୋଟିସ ଅନୁଯାୟୀ ବିସମକଟକ ତହସିଲଦାର ଏବଂ ମୁନିଗୁଡା ପୋଲିସ ପକ୍ଷରୁ ଖଣି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ପୋଲିସର କଡା ନଜରରେ ଖଣି ଅଞ୍ଚଳ ରହିଥିଲା । କିନ୍ତୁ କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ନ ଦେବାରୁ ୨ମାସ ପରେ କଟକଣା ହଟିଥିଲା ।
୨୦୧୯ରେ ଓଏମସି ଏବଂ ପରିବେଶ ବିଭାଗ ପକ୍ଷରୁ ଏଠାରେ  ଜନଶୁଣାଣୀ କରାଯାଇ ଖଣି ଖନନ ପାଇଁ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା । ପ୍ରଶାସନ ପକ୍ଷରୁ ଖଣି ଚାରିପଟେ ତାରବାଡ଼ ଦିଆଯାଇଥିଲା । ଲୋକେ ମଧ୍ୟ ଖଣି ଖନନ ହେଲେ ସ୍ଥାନୀୟ ବାସିନ୍ଦା ରୋଜଗାର ପାଇବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା ବାନ୍ଧିଥିଲା । ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହେଲାନାହିଁ । କୌଣସି କାମ ନ ହେବାରୁ ଏବେ ଏହି ଅଞ୍ଚଳ ରତ୍ନପଥର ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି । ଏହି ଖଣିରେ ଉତ୍କୃଷ୍ଟ ଧରଣର ରତ୍ନପଥର ବହାରୁଥିବାରୁ ଦେଶର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନପଥର ଲୁଟି ନେଉଥିବା ଡାକୁଲୁଗୁଡା ଗ୍ରାମର ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର କହିଛନ୍ତି । 
ସୂଚନାନୁଯାୟୀ ଯଦି ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ, ମଇନିଂ ପ୍ଲାନ ଏବଂ ଅନ୍ୟ କାଗଜପତ୍ର ହୋଇନାହିଁ,ତେବେ ୨୦୧୯ରେ କିପରି ପଲ୍ଲିସଭା  କରାଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ବେଆଇନ ରତ୍ନପଥର ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସେପରି କଡା ଯାଞ୍ଚ କରାଯାଉ ନ ଥିବାରୁ ମାଫିଆମାନେ ବେଧଡକ ଚୋରାଚାଲାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ରତ୍ନପଥର ଖଣି ମାଧ୍ୟମରେ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ୱ ଆଦାୟ ହୋଇପାରିବ । କିନ୍ତୁ  ବହୁ ଲୁକ୍କାୟିତ ଖଣି ସରକାର ହାତକୁ ନ ଯିବା ଖଣିନିଗମ ଅଜଣା ଭଳି ରହିବା ଯୋଗୁ ବିପୁଳ ରାଜ୍ୟର ରାଜସ୍ୱ ହାନି ଘଟୁଛି  ।
ଏ ଦିଗରେ ପ୍ରଶାସନର ବେଖାତିର କାହିଁକି ବୋଲି ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ରତ୍ନପଥର ଲୁଟ ବିଷୟରେ ସ୍ଥାନୀୟ ତହସିଲଦାର ଶୁଭେନ୍ଧୁ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି,ଜନଶୁଣାଣୀ ପରେ ଖଣି ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସେହିପରି ରତ୍ନପଥର ଚୋରାଚାଲାଣ ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ନ ଥିବା ସେ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like