-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ଓ କମିରାର ମା ମାହେଶ୍ୱରୀ ଜନକଲ୍ୟାଣ ଯୁବକ ସଂଘ ର ମିଳିତ ଆନୁକୁଲ୍ୟରେ ମେରା ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ସକ୍ରିୟ ସଦସ୍ୟ ଭାବରେ ଜଗଦୀଶ ପଧାନ, ବ୍ରଜ ଚଉଳିଆ, ଲିକୁନ ପଧାନ, ଜ୍ୟୋତି ଚଉଳିଆ, ଅମଳ ପଧାନ, ବିକାଶ ପଧାନ, ଦିନେଶ ପଧାନ, ସୁମନ୍ତ ପଧାନ, ଶରତ ପଧାନ, ମଦନ ବଢିଆ, ମନିସ ବଢିଆ ଓ ସିଦ୍ଧାର୍ଥ ପଧାନ ପ୍ରମୁଖ ଏଥିରେ ସାମିଲ୍ ହୋଇ ସାମୁହିକ ବୃକ୍ଷ ରୋପଣ କରିଥିଲେ ଓ ଶେଷରେ ଗ୍ରାମର ପୋଖରୀ ହୁଡା, ଗାଧୁଆ ତୁଠ ସଫା ସୂତରା କରିଥିଲେ । ଏଥିରେ ନେହେରୁ ଯୁବ ସ୍ଵେଚ୍ଛାସେବୀ ମନୋରଞ୍ଜନ ଜଗଦଲ ସମସ୍ତଙ୍କୁ ପରିବେଶର ସୁରକ୍ଷା ପାଇଁ ଶପଥ କରାଇଥିଲେ।