-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଏକ୍ସନ୍ କମିଟି ଆୟୋଜନ କଲା Meet with the senior citizen କାର୍ଯ୍ୟକ୍ରମ

29-Aug-2023



ବଲାଙ୍ଗିର (ପ୍ରେରଣା ଖବର ): ବିଜେପି ର ବରିଷ୍ଠ ନେତା ତଥା ବଲାଙ୍ଗିର ଏକ୍ସନ କମିଟି ର ଆବାହକ ଗୋପାଲଜୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ  ବଲାଙ୍ଗିର ଏକ୍ସନ କମିଟି ର 'Meet with the senior citizen' କାର୍ଯ୍ୟକ୍ରମର ଏକ ବୈଠକ ବଲାଙ୍ଗିର ଅମଲା ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବଲାଙ୍ଗିର ସହରର ଶତାଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱରେ ଭାରତ ଆଜି ସାରା ବିଶ୍ୱରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ରେ ସକ୍ଷମ ହେଇପାରିଛି। ଅର୍ଥନୈତିକ କ୍ଷେତ୍ରରେ ହେଉ କିମ୍ବା ମହାକାଶ କ୍ଷେତ୍ରରେ ଆଜି ଭାରତ ବିଶ୍ୱଶକ୍ତି ଭାବେ ଉଭା ହେଇଛି। ମାତ୍ର ବଲାଙ୍ଗିର ଜିଲ୍ଲା ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲାର ଅପବାଦ ବହନ କରୁଛି।ଏଠାରେ ଜନସାଧାରଣଙ୍କ ଛୋଟ ଛୋଟ ମୌଳିକ ଆବଶ୍ୟକତା ପୁର୍ଣ କରିବାକୁ ମଧ୍ୟ  ଆନ୍ଦୋଳନର ଆବଶ୍ୟକ ପଡୁଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଥିବା ବରିଷ୍ଠ ବୁଦ୍ଧିଜୀବୀ ତାଙ୍କ ମତାମତ ରଖିବା ସହ ବଲାଙ୍ଗିର ଜିଲ୍ଲାରେ ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବି ବିସ୍ଥାପିତଙ୍କ  ଉଚିତ କ୍ଷତିପୂରଣ ଦେବାରେ ଏବଂ ଥଇଥାନ କରିବାରେ ପ୍ରଶାସନ  ସମ୍ପୂର୍ଣ୍ଣ ବିଫଳ ହେବା, ନିର୍ବାଚନକୁ ଆଖିରେ ରଖି ତରବରିଆ ଭାବେ କେନାଲ କାମ ସରିନଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ବିସ୍ଥାପନ କରିବା, ବାଇପାସ ରାସ୍ତା ନିର୍ମାଣ କଛପ ଗତିରେ ଚାଲିବା ଓ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ହେଉଥିବା ଅହେତୁକ ବିଳମ୍ବ ସକାଶେ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ବୈମାତୃକ ମନୋଭାବ ଓ ଉଦାସୀନତାକୁ ତୀଵ୍ର ନିନ୍ଦା କରିଥିଲେ।

ଏକ୍ସନ କମିଟି ଅଗାମୀ ଦିନରେ ଲୋଅର ଶୁକତେଲ ପ୍ରକଳ୍ପର ବିସ୍ଥାପିତଙ୍କୁ ନ୍ୟାୟ ଦେବା ପାଇଁ ପୁଣି ଥରେ ଆନ୍ଦୋଳନକୁ ଓଲ୍ହାଇବା ପାଇଁ ଚେତାବନୀ ଦେବା ସହ ନୂତନ ବଲାଙ୍ଗିର ଗଠନ ପାଇଁ ଜଳସେଚନ ଏବଂ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ ଏବଂ ଗମନାଗମନକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ଆବାହକ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଅଗାମୀ ଦିନରେ କେବଳ ଲୋଅର ସୁକତେଲ ନୁହଁ, ବଲାଙ୍ଗିର ଜିଲ୍ଲା ଭିତରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଉପରେ ବ୍ୟାରେଜ ନିର୍ମାଣ, ବଲାଙ୍ଗିର ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ଦାବି, ବିଜୟାନନ୍ଦ  ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ, ଶିକ୍ଷିତ ଯୁବକ ମାନଙ୍କ ନିଯୁକ୍ତି ପାଇଁ ଶିଳ୍ପବିହୀନ ବଲାଙ୍ଗିର ଜିଲ୍ଲାରେ ନୂଆ ଶିଳ୍ପ ପ୍ରତିଷ୍ଠା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷକ ସମସ୍ୟା ତଥା ଭୀମଭୋଇ ମେଡିକାଲ କଲେଜରେ ସବୁ ପଦବୀ ପୂରଣ ହେବାସହ ଜନସାଧାରଣଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ  ଏକ୍ସନ କମିଟି ପ୍ରସ୍ତୁତ ହେଉଛି । ବରିଷ୍ଠ ନାଗରିକଙ୍କୁ ବଲାଙ୍ଗିରର ଉନ୍ନତି ପାଇଁ ଆଗକୁ ଆସିବା ସହ ଅଗାମୀ ଦିନରେ ନିଜ ବ୍ୟପ୍ଲବିକ ଚିନ୍ତାଧାରା ମାଧ୍ୟମରେ କମିଟି ତଥା ଯୁବସାମାଜକୁ ଦିଗଦର୍ଶନ ଦେବା ଏବଂ ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ନିବେଦନ କରାଯାଇଥିଲା।ସମସ୍ତ ବରିଷ୍ଠ ନାଗରିକ ବଲାଙ୍ଗିର ଏକ୍ସନ କମିଟି ଦ୍ୱାର ଅଗାମୀ ଦିନରେ ଆହୁତ ପ୍ରତ୍ୟେକ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like