-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ):ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଓ ତେଲସରାଇ ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଶୁସିଲା ଚନ୍ଦନ ଓ ମମତା କହଁରଙ୍କ ପରିବାର କୁ ଭେଟି ସାନ୍ତ୍ବନା ଦେବାସହ ରେଡକ୍ରସ ଫଣ୍ଡ ରୁ ୧୦ ହଜାର ଟଙ୍କା ପ୍ରଦାନ କଲେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ। ସେହି ସମୟରେ ସିନ୍ଧେକେଲା ସରପଞ୍ଚ ମଧ୍ଯ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ତଥା ମୃତକଙ୍କ ପରିବାର ଓ ଆଖପାଖରେ ରହୁଥିବା ଲୋକଙ୍କୁ ସଚେତନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପାଢୀ ସିନ୍ଧେକେଲା - ଟିଟିଲାଗଡ ରାସ୍ତାର ବସଷ୍ଟାଣ୍ଡ ନିକଟ ମୁଖ୍ଯ ରାସ୍ତାରେ ଯାଉଥିବା ସମୟରେ ରାସ୍ତା ପାର୍ଶ୍ବରେ କୁଢକୁଢ ଅଳିଆ ଆବର୍ଜନା ପଡିଥିବା ଦେଖି ବିରକ୍ତ ହେବାସହ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ ଙ୍କୁ ତୁରନ୍ତ ସଫା କରିବାସହ ଯୋଉମାନେ ଅଳିଆ ଆବର୍ଜନା ରାସ୍ତା ପାର୍ଶ୍ବରେ ପକାଉଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଦ୍ଦେର୍ଶ ଦେଇଥିଲେ। ଏବଂ ଏକ ଡ଼ଷ୍ଟବିନର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଏହି ସମୟରେ ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ବର ଧରୁଆ, ଆରଆଇ ରାକେଶ ବେହେରା, ଆରଡବ୍ଲୁଏସଏସ ଜେଇ ସତ୍ଯ ସାରଦା ମହାନ୍ତି, ସିନ୍ଧେକେଲା ଏମଓଆଇସି ଡାକ୍ତର ବିଶ୍ବରଞ୍ଜନ ଖୁଣ୍ଟିଆ ,ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଳକ ସାଂସଦ ପ୍ରତିନିଧି ଅନିଲ ନାଏକ, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ , ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।