-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ବଲାଙ୍ଗୀର, (ବିନୋଦ କୁମାର ଦୀପ) ବାବା ବିଶା ଶହେ କୁଳୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲା ସ୍ତରୀୟ ସାଙ୍ଘଠାନୀୟ ବୈଠକ ଜିଲ୍ଲା ସଭାପତି ଶ୍ରୀ ବେଲାର ଶିଂ ଭୋଇ ଙ୍କ ଅଧ୍ୟକ୍ଷତା ରେ ଶ୍ରୀ ଶ୍ରୀ ରଣେଶ୍ୱର୍ ରାମଚଣ୍ଡୀ ପୀଠ ହର୍ଡାଟାଲ ଠାରେ ଅନୁଷ୍ଠିତ ହୋଯାଇଅଛି l ସଭା ଆରମ୍ଭ ରେ ଶ୍ରୀ ଶ୍ରୀ ରଣେଶ୍ୱର୍ ରାମଚଣ୍ଡୀ ଙ୍କ ପୂଜାର୍ଚନା କରାଯାଇଥିଲା l ସମାଜ ର ଦିବଙ୍ଗତ କର୍ମକର୍ତ୍ତା ସମାଜ ଭାଇ ଭଉଣୀ ମାନଙ୍କର ସତ୍ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ଜିଲ୍ଲା ର ୩୨ ଟି ଆଞ୍ଚଳିକ କେନ୍ଦ୍ର ସଂଘଠାନିକ ସମୀକ୍ଷା କରାଯାଇଥିଲା l ଏହା ସହିତ ଜିଲ୍ଲାସ୍ତରୀୟ ଯୁବ ସମାଜ ଗଠନ, ମହିଳା ସମାଜ ଗଠନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା, ଯହିଁ ରେ ବିଭିନ୍ନ କର୍ମକର୍ତା ତଥା ସଦସ୍ୟ ମାନେ ନିଜର ସୁଞ୍ଚିତ ମତାମତ ପ୍ରଦାନ କରିଥିଲେ l ଏଥି ସହିତ ବୈଠକ ରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ଯୁବ ସମାଜ ସଭାପତି ଭାବେ ଶ୍ରୀ ଉମେଶ ଚନ୍ଦ୍ର ଗଡ଼ତ୍ୟା, ଉପସଭାପତି ଭାବେ ଶ୍ରୀ ପ୍ରେମାନନ୍ଦ ସାହୁ, ସଂପାଦକ ଭାବେ କାଳିଆ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ଗଡ଼ତ୍ୟା ଙ୍କୁ ଚୟନ କରାଯାଇ ଜିଲ୍ଲା ରେ ଯୁବ ସଙ୍ଗଠନ କାର୍ଯ୍ୟକ୍ଷମ କୁ ମଜଭୁତ କରାଗଲା ତଥା ରଣେଶ୍ୱର ରାମଚଣ୍ଡୀ ଙ୍କ ଠାରେ ଶପଥ ପାଠ କରାଗଲା। ଏହା ସହିତ ଆତ୍ମ ଘୋଷିତ ଜିଲ୍ଲା ଯୁବ କୁକୁତା ସମାଜ ର ସଭାପତି ହୋଇ ଶ୍ରୀ ଅସୀମ କୁମାର ଭୋଇ ଏକ ସଂଗଠନ ଜିଲ୍ଲା କୁଲୁତା ସମାଜ ର ବିନା ସ୍ୱୀକୃତି ରେ ବଲାଙ୍ଗିର ଜିଲ୍ଲାରେ ଚଳାଉ ଥିବାରୁ ସର୍ବ ସମ୍ମତି କ୍ରମେ ସଭା ରେ ଅସିଦ୍ଧ ଘୋଷଣା କରାଗଲା, ସେ ବଲାଙ୍ଗିର ଜିଲ୍ଲା ର କୁଲୁତା ସମାଜ କୌଣସି ସଙ୍ଗଠନ ର ପଦ ପଦବୀ ରେ ନାହାନ୍ତି l ଏହା ପରେ ନୁଆଁଖାଇ ଭେଟଘାଟ ଓ ଦଶହରା ପୂଜା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା, ସଭା ଶେଷ ରେ ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରାଗଲା l