-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୁବର୍ଣ୍ଣପୁର ସିନିୟର ଫୂଟବଲ ଲିଗ ତରଭା ଜୋନ ର ଫାଇନାଲ ଖେଳ ରେ ଆଜି ବାଲିଖମାର ଟିମ 1 - 0 ଗୋଲ ରେ କୋମସୋରା ଟିମ କୁ ପରାସ୍ତ କରି ଲିଗ ପର୍ଯାୟ କୁ ପ୍ରବେଶ କରିଛି l ଆଜି ର ଏହି ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବରେ ତରଭା ଏନ ଏ ସି ଅଧ୍ୟକ୍ଷ
ବନ୍ଦିତା ନାୟକ, ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର କୁଲ୍ଲୁ, ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା,ତରଭା ଏନ ଏ ସି ଉପ ନଗରପାଳ ଗଗନ ଅଗ୍ରୱାଲ ଏବଂ ଜ଼ିଲ୍ଲା କ୍ରୀଡା ସଙ୍ଘ ର ଫୂଟବଲ ସମ୍ପାଦକ ରାଜୀବ
କୁମାର ସାହୁ, ଭଳିବଲ ସମ୍ପାଦକ ପୁରୁଷୋତମ ପାଣିଗ୍ରାହୀ,ରେଫରୀ ଟେକନିକାଲ କମିଟି ମୁଖ୍ୟ ଭୁକୁଲୁ ବକ୍ସି , କୃଷ୍ଣ ବାଗ, ରାଜୀବ ପଟ୍ଟନାୟକ, ଚନ୍ଦନ ବେହେରା, ବିକାଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବିନିକା ଜୋନ ରେ ଆଜି ପ୍ରଥମ ମ୍ୟାଚ ଚରଦା ଠାରେ ବାବୁପାଲି ଦଳ କୁ 1-0 ରେ ହରାଇ ବିନିକା ଏଫସି ବିଜୟୀ ଏବଂ ଦ୍ଵିତୀୟ ମ୍ୟାଚ ରେ ସିନ୍ଦୁରପୁର ପଂଚାୟତ ଦଳ କୁ 2-0 ରେ ହରାଇ ବାଞ୍ଜିପାଲି ଜଗନ୍ନାଥ କ୍ଲବ ବିଜୟୀ ହୋଇଛି l ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବୃନ୍ଦାବତୀ ସାହୁ ଓ ପ୍ରଧାନ ଶିକ୍ଷକ ହିଟଲର ସାହୁ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l