-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ଆଗଲପୁର, (ବିନୋଦ କୁମାର ଦୀପ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ କର୍ମଶାଳା ଓ ୧ମ, ୨ୟ ର ବୌଦ୍ଧିକ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଶିଶୁ ବାଟିକା ପରିଷର ରେ ହୋଇଥିବା କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଆଗଲପୁର ପଂଚାୟତ ସମିତି ଅଧକ୍ଷ ଶ୍ରୀମତି ଗୀତାଞ୍ଜଳି ଦାସ୍ ଯୋଗଦେଇ ପ୍ରଥମେ ଦୀପ ପ୍ରଜ୍ଜଳନ କରି କର୍ମଶାଳା ର ଶୁଭ ଉଦ୍ଘାଟନ କରିଥିଲେ l ଆଉ ଜଣେ ମୁଖ୍ୟ ଅତିଥି ହେଲେ ଲୋଇସିଂହା ର ସଙ୍କୁଳ ପ୍ରମୁଖ ଶ୍ରୀ କମଳ ଲୋଚନ ତ୍ରିପାଠୀ ଯୋଗ ଦେଇଥିଲେ l ସଂବାନିତ ଅତିଥି ଭାବେ ଆଗଲପୁର ଡିଗ୍ରୀ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନତ କୁମାର୍ ଦଲେଇ ଯୋଗ ଦେଇଥିବା ବେଳେ ମହା ବିଦ୍ୟାଳୟ ର କିରାଣୀ ଶ୍ରୀ ନାରାୟଣ ମେହେର ଉପସ୍ଥିତ ଥିଲେ l ସମିତି ର ସମସ୍ତ ସଦସ୍ୟ ସଦସ୍ୟା ପ୍ରଭୃତି ଉପସ୍ଥିତ ଥିଲେ l ସମିତିର ଯୁଗ୍ମ ସମ୍ପାଦକ ଶ୍ରୀ ଘନଶ୍ୟାମ ସାହୁ, କୋଷାଧ୍ୟକ୍ଷ ଶ୍ରୀ ନବ କିଶୋର ମେହେର ଓ ସମିତି ର ସଦସ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ଭୋଇ ଯୋଗ ଦେଇଥିଲେ। ଶିଶୁ ବାଟିକା ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଭୋଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଶିଶୁ ବାଟିକା ର ସମସ୍ତ ଗୁରୁଜୀ ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ l ସେମାନେ ହେଲେ ଅଶୋକ କୁମାର ଭୋଇ, ଉଷାବତି ବେହେରା, ନାରାୟଣ ପଟେଲ,ସବିତା ମେହେର, ବିଶ୍ୱେନ୍ଦୁ ସୁନ୍ଦର ବାରୀକ,ମୋହନ ଦୋରା, ଅମିନା ନାଏକ,ସସ୍ମିତାମୟୀ ବେହେରା,ସଞ୍ଜୀବ ଦୋରା,ନମିତା ବହିଦାର,ରୋହିତ ମେହେର, ଯଦୁମଣି ମେହେର,ପଦ୍ମାଳୟା ପଧାନ ପ୍ରଭୃତି।ଏହି କର୍ମ ଶାଳା ରେ ସର୍ବମୋଟ 180 ଜଣ ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ l ଅଭି ଭାବିକା ମାନଙ୍କୁ ଅତି ସୁନ୍ଦର ଭାବରେ ଶାରୀରିକ ଶିକ୍ଷା ତଥା ପ୍ରଶିକ୍ଷଣ ଦିଆ ଯାଇଥିଲା l ଶେଷରେ ଅଭିଭାବକ ଆଭିଭାବିକା ମାନଙ୍କୁ ନେଇ ଏକ ଗଣିତ ଖେଳ ଅନୁଷ୍ଠିତ ହୋଇଥିଲା l