-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ସମ୍ବଲପୁର,-: ସମ୍ବଲପୁର ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ ଆଜି ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନ କରିଛନ୍ତି I ପ୍ରଥମେ ସେ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଭୀମସାର ଅଧିକ୍ଷକ ଡ଼ଃ ଲାଲ ମୋହନ ନାୟକ ଙ୍କ ସହିତ ରୋଗୀ ଏବଂ ଡାକ୍ତର ଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି I ଦୁର୍ଘଟଣା ର ଶିକାର ହୋଇ ଭୀମସାର ରେ ଚିକିତ୍ସିତ ହେଉଥିବା ମୁଖ୍ୟମନ୍ତ୍ରୀ ଙ୍କ ବଡ ଫ୍ୟାନ ବରଗଡ଼ର ଖଗେଶ୍ୱର ଦେହୁରୀଙ୍କୁ ଭେଟି ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ I ଏହି ଅବସରରେ ଜ଼ିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଧା, ହସ୍ପିଟାଲ ପରିଚାଳକ ଦୀପିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଈ
ସମ୍ବଲପୁର-ସଞ୍ଜିବ ପାଣିଗ୍ରାହୀ ସାମ୍ବାଦିକ-