-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Aug-2023
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ଜିଲା ସଦର ବ୍ଲକ ଚୁଡାପାଲି ନିକଟରେ ଜଣେ ଯୁବକ କଫ ସିରଫ ବିକ୍ରି କରୁଥିବା ବେଳେ ସଦର ପୋଲିସ ହାତରେ ଗିରଫ ହୋଇଛି l ଏହି ଯୁବକଙ୍କ ନାମ ରାଜେଶ ବେହେରା (୫୨) ଓ ତାଙ୍କ ଘର ଢୁଲୁସର୍ ବୋଲି ଜଣାପଡ଼ିଛି l ସୂଚନାରୁ ପ୍ରକାଶ ଯେ , ଗତକାଲି ରାତିରେ ବଲାଙ୍ଗିର ସଦର ପୋଲିସ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା l ଚୁଡାପାଲି ପାଖରେ ଏସ୍ କଫ ସିରଫ ବିକ୍ରି କରୁଥିବା ବେଳେ ପୋଲିସ ରାଜେଶ କୁ ଗିରଫ କରିଥିଲା l ସଦର ଥାନା ଆଇ ଆଇ ସି ଙ୍କ ନେତୃତ୍ଵରେ ହୋଇଥିବା ଏହି ଚଢାଉରେ ପୋଲିସ ୧୨ ଟି ଏସ୍ କଫ ସିରିଫ ସହ ୧ ଷ୍ଟ୍ରିପ ନିଟ୍ ସନ୍ ଟେବଲେଟ୍ ଜବତ କରିଛି l
ରାଜେଶ କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି l