-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Jul-2023
ଢେଙ୍କାନାଳ(ପ୍ରେରଣା ଖବର): ମୃତ୍ୟୁ ଛକି ବସିଥିଲା ।କୂଅରେ ବ୍ଲିଚିଂ ପାଉଡର ପକାଇବା ବେଳେ ଅଚାନକ ଗୋଡ଼ ଖସି କୂଅ ଭିତରେ ମାଲିକ ଓ ଶ୍ରମିକ ପଡ଼ି ପ୍ରାଣ ହରାଇଲେ ।
ସୂଚନା ଅନୁଯାୟୀ ପରଜଙ୍ଗ ଥାନା ସରକିଶୋରପାଲ ଗ୍ରାମର ଶଶି ଭୂଷଣ ସାହୁ ନିଜ କୂଅରେ ବ୍ଲିଚିଂ ପାଉଡର ପକାଇବା ପାଇଁ ଭଜମନ ବେହେରା ଙ୍କୁ ଡାକିଥିଲେ । ଭଜମନ କୂଅରେ ବ୍ଲିଚିଂ ପାଉଡର ପକାଉଥିବା ବେଳେ ଗୋଡ଼ ଖସି କୂଅ ପାଣିରେ ବୁଡି ଯାଇଥିଲେ ।ଭଜମନ କୂଅରେ ପଡ଼ିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଶଶି କୂଅ ଭିତରକୁ ଯାଇ ବାହାରି ପାରିନଥିଲେ ।କୂଅ ଭିତରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।
ପରିବାର ଲୋକେ ପରଜଙ୍ଗ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦୁଇ ଘଣ୍ଟା ପରିଶ୍ରମ କରି କୂଅ ଭିତରୁ ଶଶି ଭୂଷଣ ଏବଂ ଭଜମନ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।ଶ୍ୱାସରୁଦ୍ଧ ତାଙ୍କ ମୃତ୍ୟୁ ର କାରଣ ବୋଲି ଜଣାପଡିଛି ।