-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||     

HOME   ଜିଲ୍ଲା

ସହପାଠିନୀ ଛାତ୍ରୀଙ୍କ ଇ ନ୍ ଷ୍ଟା ଗ୍ରା ମ୍ ରେ ୧୧ ଲକ୍ଷ ଲଗାଣ ଇ ନାବାଳକକୁ ହତ୍ୟାର କାରଣ ! ହତ୍ୟାକାଣ୍ଡକୁ ଚପାଇବାକୁ ଜାଲ୍ ପୋଷ୍ଟମର୍ଟମ୍ ? ଜିଆରପି , ପୁଲିସ୍ ଓ ଡାକ୍ତରଙ୍କୁ ତଦନ୍ତର ପରିସରଭୁକ୍ତ ଦାବି

19-Jul-2023



ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ  )
କଣ୍ଟାବାଞ୍ଜିରେ ଘଟିଥିବା ନାବାଳକର ସନ୍ଦେହଜନକ ଅପମୃତ୍ଯୁ ବନାମ ହତ୍ୟାଅଭିଯୋଗର କାରଣ ସହପାଠିନୀ ଛାତ୍ରୀର ତାକୁ ୧୧ ଲକ୍ଷ ଟଙ୍କା ଇନ୍ ଷ୍ଟାଗ୍ରାମ୍ ଫଲୋଅର୍ ବୃଦ୍ଧି ପାଇଁ ଦେଇଥିବା ଓ ମୃତ ପିଲାର ବାପାର କହିବାନୁଯାୟୀ ଝିଅରବାପା ପିଲାଟିକୁ ଡକାଇନେଇ ବାପା ସାମ୍ନାରେ ମାଡମାରି ହୋଟେଲର କୋଠରୀରେ ଦିନସାରା ଅବରୁଦ୍ଧ କରି ୩ ଲକ୍ଷଟଙ୍କା ଦେବାକୁ ଚୁକ୍ତି ଲେଖାଇ ତାର ମୋବାଇଲ୍ ଛଡାଇ ରଖି 
ରାତି ୧୧ଟାରେ ଛାଡିଥିବା ଇ ଉକ୍ତ ନାବାଳକଟିର ମୃତ୍ୟୁପଛର କାରଣ ବୋଲି ଚର୍ଚ୍ଚା ଜୋର୍ ଧରିଛି । 
କଣ୍ଟାବାଞ୍ଜି ସହରର ଜଣେ ବ୍ୟବସାୟୀ ବିଶାଲ୍ ଖେମକା ବନାମ ଅଗ୍ରବାଲଙ୍କ ଝିଅ ଓ ଜଣେ ବ୍ୟବସାୟୀଙ୍କ ପାଖରେ କାମ କରୁଥିବା ସେହି କଣ୍ଟାବାଞ୍ଜି ସହରର ପ୍ରମୋଦ ଜୈନଙ୍କ ପୁଅ ସ୍ଥାନୀୟ ଲାୟନ୍ସ ପବ୍ଲିକ୍ ସ୍କୁଲ୍ ରେ ମାଟ୍ରିକ ବା 
ଦଶମ ଶ୍ରେଣୀର ଛାତ୍ରୀଛାତ୍ର । ସହପାଠିନୀ ଛାତ୍ରୀଟି କୁଆଡେ ମୃତ ନାବାଳକଟି କୁ ପର୍ଯ୍ୟାୟକ୍ରମେ ୧୧ ଲକ୍ଷ ଟଙ୍କା ଘରଲୋକଙ୍କୁ ଲୁଚାଇ ଇନ୍ ଷ୍ଟାଗ୍ରାମରେ ଫଲୋଅର୍ ବୃଦ୍ଧି ପାଇଁ ଦେଇଥିଲା । ଏହା ଜାଣିବାପରେ ଝିଅର ବାପା ବିଶାଲ୍ ଅଗ୍ରବାଲ ଅନ୍ୟକେତେକ ରାଜନେତା ଓ ନିଜଲୋକଙ୍କ ସହିତ ଉକ୍ତ ନାବାଳକ ଲଳିତ ଜୈନ ( ୧୫ ) ଓ ତା' ବାପ ପ୍ରମୋଦ ଜୈନଙ୍କୁ କୁ ସ୍ଥାନୀୟ ଏକ ଅଭିଜାତ ହୋଟେଲ ଆଲିଶାନ୍ ରେସିଡେନ୍ସିକୁ ଡକାଇନେଇ ବାପସାମ୍ନାରେ ମାଡପିଟ କରିବା ସହ ତା'ଠାରୁ ମୋବାଇଲ୍ ଛଡାଇରଖି ସେମାନଙ୍କଠାରୁ ଗତ ୧୨ ତାରିଖଦିନ ୪୦ ହଜାରଟଙ୍କା ଅସୁଲ କରିବା ସହ ଗୋଟିଏ ଦିନରେ ୩ ଲକ୍ଷ ଟଙ୍କା ଦେବାକୁ ଏକ ଚୁକ୍ତିପତ୍ର ଲେଖାଇ ନେଇଥିଲେ ।  ପରଦିନ ସେ ପୁଣି ପିଲାଟିକୁ ଡକାଇ ୩ ଲକ୍ଷ ଟଙ୍କା ଦେବାକୁ ଚାପ ବା ଧମକଚମକ ସହ ଆହୁରି ମାଡ ମାରିଥିଲେ କି ନାହିଁ , ଜଣାପଡିପାରିନାହିଁ । ତେବେ ୧୩ ତାରିଖରେ କୁକୁଡାହାଡ ନିକଟସ୍ଥ ରେଳଲାଇନରୁ ଲଳିତର ମୃତଦେହ ମିଳିବା ପରେ ଜିଆରପି ତାହାକୁ ଡାକ୍ତରଖାନା ଆମ୍ବୁଲାନ୍ସରେ ଆଣିଥିବା ସତ୍ତ୍ୱେ ପୋଷ୍ଟମର୍ଟମ୍ କରି ନଥିବା , ଥାନାରେ ନିଖୋଜ ଏତଲା ସତ୍ତ୍ୱେ ପୁଲିସ୍ କଣ୍ଟାବାଞ୍ଜି ପରି ଏକ ଛୋଟ ସହରରେ ଉପଯୁକ୍ତ ତଲାଶ୍ ନ କରିବା , କଥାଟି ପ୍ରଘଟ ହେବାରୁ ମାଟିଖୋଳି ଶବ ଉଦ୍ଧାର କଲାବେଳେ ମୃତଦେହରେ ପୋଷାକ ରହିଥିବା ଓ ପୋଷ୍ଟମର୍ଟମ୍ ନ କରି ପୋଡିବାକୁ କହିବା ଇତ୍ୟାଦି ଅଭିଯୋଗ ଉଠିବାପରେ ନିଖୋଜଏତଲାରେ ପିଲାର ବାପ ହୋଟେଲରେ  ଉକ୍ତ ଘଟଣା ଘଟିଥିବା ଇତ୍ୟାଦି ବିଷୟକୁ ଲୁଚାଇ ଏବେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା କହୁଥିବା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେଉଛି ।
ସର୍ବୋପରି ନାବାଳକଟିର ମୃତଦେହ ଦେଖିଥିବା ଗଣମାଧ୍ୟମର ପ୍ରତିନିଧି ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ , ଶବଟି ରେଳଲାଇନ ଉପରେ ଶୁଆଇଲା ପରି ଥିବା , ଦେହରେ କୌଣସି ଖଣ୍ଡିଆଖାବରା ଥିଲା ପରି ଜଣାପଡୁ ନଥିବା ସହିତ ଜିଆରପି ଓ ପୁଲିସ୍ ର ଶବବ୍ୟବଚ୍ଛେଦ କରାଯାଇ ନଥିବା ବିବାଦ ସନ୍ଦେହ ସୃଷ୍ଟି କରିଛି ।
ମୁଖ୍ୟ ଓ ଗୁରୁତର ବିଷୟ ଏହା ଯେ , ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଟଙ୍କା ଦେଇ ଇନ  ଷ୍ଟାଗ୍ରାମ୍ ର ଫଲୋଅର୍ ବଢାଇବା ଜୁଆର ସଂକ୍ରମଣ ଆଗାମୀ ସମାଜ ପାଇଁ ଚିନ୍ତାଜନକ ବିଷୟ । ମୁଖ୍ୟତଃ କଣ୍ଟାବାଞ୍ଜି ପରି ଧନୀକ ବ୍ୟବସାୟୀ ଅଧ୍ୟୁଷିତ ସହରରେ ଏହା ଚାଲିଥିବା ବୁଦ୍ଧିଜିବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଉକ୍ତ ସ୍କୁଲ୍ ରେ ଆଉ କେଉଁ ଛାତ୍ରଛାତ୍ରୀ ଏଭଳି ମାରାତ୍ମକ କାରବାରରେ ଜଡିତ ଜିଲ୍ଲା ପୁଲିସ ର ସାଇବର ସେଲ୍ ଛାନ୍ ବିନ୍ କରିବାକୁ ଲୋକେ ଏସ୍ ପି ଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେହିପରି ଏକ ନରହତ୍ୟା ଅଭିଯୋଗକୁ ଚପାଇଦେବାକୁ ଉକ୍ତ ମାମଲାର ତଦନ୍ତକାରୀ ପୁଲିସ୍ , ଜିଆରପି ଅଧିକାରୀଙ୍କ ସମେତ ଜାଲ୍ ବ୍ୟବଚ୍ଛେଦକାରୀ ଡାକ୍ତର ତ୍ରିପାଠୀ ଓ ଡା କୁମ୍ଭାରଙ୍କ ବିରୁଦ୍ଧରେ ଯାଞ୍ଚ ପୂର୍ବକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କର୍ତ୍ତୃପକ୍ଷଙ୍କ ଠାରେ ଦାବି କରାଯାଇଛି । ସଦ୍ୟତମ ମିଳିଥିବା ଖବର ଅନୁଯାୟୀ , ଆଜି ଏଇ ମାମଲାରେ କଣ୍ଟାବାଞ୍ଜି ପୁଲିସ୍  ଅଭିଯୁକ୍ତ ବିଶାଲ ଅଗ୍ରବାଲ ଓ ତାଙ୍କ ଭାଇ ବିକାଶ ଅଗ୍ରବାଲଙ୍କୁ ଆଣି ଥାନାରେ ଅଟକ ରଖିଥିବା ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026

You Might Also Like