-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
19-Jul-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ଆମ ଆଦମୀ ପାର୍ଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନ ଏ ସି ଘୋଷଣା ଦାବୀ ରେ ଦୀର୍ଘ ପନ୍ଦର ଦିନର ଧାରଣାକୁ ଦଳ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି l ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତାଙ୍କ ନେତୃତ୍ୱରେ ଚାଲିଥିବା ଏହି ଗଣଧାରଣାକୁ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆସି ଧାରଣା ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦେବା ପରେ, ଧାରଣା ପ୍ରତ୍ୟାହାର ହୋଇ ଥିଲା l ଏଠାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ରାଜ୍ୟ ଗଣତନ୍ତ୍ର ଶାସନ ନାହିଁ ବୋଲି କହିବା ସହିତ କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ବିକଳ୍ପ ଶକ୍ତି ଭାବରେ ଆମ ଆଦମୀ ପାର୍ଟି ଛିଡା ହେବ ବୋଲି ଆଶା ପ୍ରକାଶ କରିଛନ୍ତି l ଏଥିପାଇଁ ସଂଗଠନ କୁ ତୃଣମୂଳ ସ୍ତରରୁ ମଜବୁତ କରାଯି ବୋଲି ପ୍ରକାଶ କରିଥିଲେ l ବିଭିନ୍ନ ସମସ୍ୟା ସହିତ ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ୧୯ ଜୁଲାଇ ବନ୍ଦ ଡାକରା ଦିଆ ଯାଇଛି l
୫-ଟି ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଦଳ ପକ୍ଷରୁ ଅଣ୍ଡା ମାଡ଼ ଘଟଣା କୁ ନିନ୍ଦା କରିବା ସହିତ ଗଣତାନ୍ତ୍ରିକ ଉପାୟ ରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଦସ୍ତଖତ ଅଭିଯାନ କରି ଘରକୁ ଘର ବୁଲିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ l