-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଅପରାଧ

କଣ୍ଟାବାଞ୍ଜିର ଲଲିତ ଜୈନମୃତ୍ୟୁ ମାମଲାରେ ପୋଲିସର ବ୍ଲାକଡିଲ ଅଭିଯୋଗ ହତ୍ୟା ସନ୍ଦେହ ଘନିଭୂତ,ଆଲିସାନ ଲାଇଫଷ୍ଟାଇଲରେ ସିସିଟିଭି ଯାଞ୍ଚ ହେଉ

17-Jul-2023



ବଲାଙ୍ଗୀର(ପ୍ରେରଣା ଖବର)କଣ୍ଟାବାଞ୍ଜି ସହରର ନାବାଳକ ଲଳିତ ଜୈନ(୧୬)ଙ୍କ ମୃତ୍ୟୁଘଟଣା ରହସ୍ୟମୟ ହୋଇ ଏବେ ତାଙ୍କୁ ନିର୍ଯ୍ୟତନା ଦେଇ ହତ୍ୟାକରି ଷଡଯନ୍ତ୍ରକରି ରେଳଲାଇନରେ ଫିଙ୍ଗିଦେଇଥିବା ଅଭିଯୋଗ ହେଉଛି । ମୃତ୍ୟୁ ପୂର୍ବରୁ ଲଳିତଙ୍କୁ ଘରକୁ ଡାକି ବିଶାଲ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ମାଡମାରିଥିଲେ ଓ ଗୋଟିଏ ଦିନରେ ୩ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏପରିକି ଲଳିତଙ୍କ ମୋବାଇଲ ଓ ଲାପଟପ ଜବତ ମଧ୍ୟ କରିଥିଲେ । କିନ୍ତୁ ଏହି ଘଟଣାକୁ ପୋଲିସ ଲୁଚାଇଚାଲିଛି । ଏହି ଘଟଣାକୁ ଜିଆରପି ଓ କଣ୍ଟାବାଞ୍ଜି ପୋଲିସ ଲୁଚାଉଛି ଓ ଏହା ପଛରେ ଏକ ବଡ ବ୍ଲାକଡିଲ ହୋଇଥିବା ଅଭିଯୋଗ ଉଠିଛି । ଏବେ ବିଶାଳ ଅଗ୍ରୱାଲ ରହୁଥିବା ଆଲିସାନ ଲାଇଫଷ୍ଟାଇଲ ବିଲଡିଂର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ତଦନ୍ତ କରିବାକୁ ଲଲିତଙ୍କ ବାପା ପ୍ରମୋଦ ଦାବି କରିଛନ୍ତି । 
                କଣ୍ଟାବାଞ୍ଜି ସହରର ପ୍ରମୋଦ ଜୈନଙ୍କ ପୁଅ ଲଲିତ ଜୈନ(୧୬)ଙ୍କ ମୃତ୍ୟୁଘଟଣାରେ ପୋଲିସର ବ୍ଲାକଡିଲକୁ ନେଇ କଣ୍ଟାବାଞ୍ଜିରେ ଚର୍ଚ୍ଚା ଯୋରଧରିଛି । ଲଳିତଙ୍କ ମୃତ୍ୟୁପରେ ପୋଲିସ ନିଜେ ଘଟଣାକୁ ରହସ୍ୟଭିତରେ ରଖୁଥିବାରୁ ଏହା ଏକ ଷଡଯନ୍ତ୍ରଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ଘନିଭୂତ ହେଉଛି । ଏହି ଘଟଣାକୁ ଚପାଇବାକୁ ପୋଲିସ ଓ କଣ୍ଟାବାଞ୍ଜିର ବିଶିଷ୍ଠ ବ୍ୟବସାୟୀ ବିଶାଲଙ୍କ ମଧ୍ୟରେ ଏକ ବ୍ଲାକଡିଲ ହୋଇଥିବା ଅଭିଯୋଗ ଉଠୁଛି । ଲଳିତର ମୃତ୍ୟୁପୂର୍ବରୁ କଣ୍ଟାବାଞ୍ଜି ସହରର ବ୍ୟବସାୟୀ ବିଶାଳ ଅଗ୍ରୱାଲ ସେ ରହୁଥିବା ଆଲିସାନ ଲାଇଫଷ୍ଟାଇଲ ବିଲ୍ଡିଂକୁ ଡକାଇ ସେଠାରେ ଲଳିତର ମୋବାଇଲ ଓ ଲାପଟପ ଜବତ କରିଥିବା ଅଭିଯୋଗକୁ ନେଇ ଏହି ଘଟଣା ଆହୁରି ସମ୍ବେଦନଶୀଳ ହୋଇଛି । ୧୨ ତାରିଖରେ କେଉଁକାରଣରୁ ଲଳିତକୁ ଆଲିସାନ ଲାଇଫଷ୍ଟାଇଲ ବିଲଡିଂକୁ ଡକାଯାଇଥିଲା ସେ ବିଷୟରେ ପୋଲିସ ତଦନ୍ତ ନକରି ଲଲିତର ମୋବାଇଲ ଓ ଲାପଟପକୁ ଜବତ କରିଥିଲେ ହେଁ ସେହି ବିଷୟକୁ ଲୁଚାଇବାର ରହସ୍ୟ କଣ?ଏବେ ଜନସାଧାରଣରେ ସନ୍ଦେହ ହେଉଛି ଯେ,ଲଳିତକୁ ନିର୍ଯ୍ୟାତନା ଦେଇ ହତ୍ୟାକରି ଯୋଜନାବଦ୍ଧ ଭାବରେ ଘଟଣାକୁ ଭିନ୍ନମୋଡ ଦେବାକୁ ରେଳଲାଇନରେ ଫିଙ୍ଗି ଦିଆଯାଇନାହିଁ ତ?ଏହି ଘଟଣାରେ ବିବାଦରେ ରହିଥିବା କଣ୍ଟାବାଞ୍ଜିର ବିଶାଳ ଅଗ୍ରୱାଲ ଜଣେ କଳାବ୍ୟବସାୟୀ । ପୂର୍ବରୁ ତାଙ୍କର ଅନେକ କଳାକାରବାର ଉପରେ ପ୍ରଶାସନିକ ଚଢାଉ ହୋଇସାରିଥିଲା । ଏବେ ଏହି ଘଟଣାରେ ବିଶାଳ ସାଙ୍ଗରେ ପୋଲିସର ଭିତିରି ବ୍ଲାକଡିଲକୁ ନେଇ କଣ୍ଟାବାଞ୍ଜିରେ ଚର୍ଚ୍ଚା ଯୋରଧରିଛି । ଘଟଣାପରଠୁ ବିଶାଳ କଣ୍ଟାବାଞ୍ଜିରୁ ଫେରାର ଥିବା,ମୃତ ଲଳିତର ଶବକୁ ଜିଆରପି କିମ୍ବା କଣ୍ଟାବାଞ୍ଜି ଥାନାର ପୋଲିସ ପୋଷ୍ଟମର୍ଟମ ନକରାଇବା,ଶେଷରେ ପୋଷ୍ଟମର୍ଟମ କରିଥିବା କହି ରିପୋର୍ଟ ଦେଇଥିବା କଣ୍ଟାବାଞ୍ଜି ଡାକ୍ତରଖାନାର ଦୁଇଡାକ୍ତର ଛୁଟିରେ ପଳାଇବା ତଥା ମାଟିଖୋଳି ପୋତାଯାଇଥିବା ଶବକୁ କାଢିଲାବେଳେ ମୃତଦେହରେ ଗଞ୍ଜି,ଚଡି ପିନ୍ଧାହୋଇଥିବା ଅବସ୍ଥାରେ ଶବ ବାହାରିବା ଘଟଣାଟି ଆହୁରି ରହସ୍ୟମୟ ଲାଗୁଛି ।  ତେଣୁ ବିଶାଳ ଅଗ୍ରୱାଲ ରହୁଥିବା ଆଲିସାନ ଲାଇଫଷ୍ଟାଇଲ ବିଲଡିଂର ସିସିଟିଭି ଫୁଟେଜକୁ ଯାଞ୍ଚକଲେ ଅନେକ ରହସ୍ୟ ଫିଟିବ ବୋଲି ଜନସାଧାରଣରେ ଦାବି ହେଉଛି । ମୃତ ଲଳିତର ବାପା ପ୍ରମୋଦ ଜୈନ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ।  ନୀୟମ ରହିଛି କୌଣସି ଅଚିହ୍ନାଶବ ରେଳଲାଇନରେ ମିଳିଲେ ତାକୁ ପ୍ରଥମେ ଚିହ୍ନଟ କରିବାକୁ ନିକଟସ୍ଥ ପୋଲିସ ଷ୍ଟେସନ ଓ ଗଣମାଧ୍ୟମକୁ ଶବ ର ଫଟୋସହିତ ସୂଚନା ଦିଆଯାଇଥାଏ । କିନ୍ତୁ ଗତ ୧୩ ତାରିଖରେ କୁକୁଡାହାଡ ନିକଟ ରେଳଲାଇନରୁ ଲଳିତ ଜୈନଙ୍କ ମୃତଦେହକୁ ଜବତ କଲାପରେ ଜିଆରପି ପୋଲିସ କୌଣସି ପୋଲିସ ଷ୍ଟେସନ କିମ୍ବା ଗଣମାଧ୍ୟମକୁ ଶବର ଚିହ୍ନଟ ପାଇଁ ସୂଚନା ଦେଇନଥିବା କୁହାଯାଉଛି । ଆଉ ଯଦି ସୂଚନା ଦେଇଥିଲେ ତାହେଲେ କଣ୍ଟାବାଞ୍ଜି ପୋଲିସ ଲଳିତର ନିଖୋଜ ଅଭିଯୋଗ ପାଇଥିଲେ ହେଁ ଶବର ଚିହ୍ନଟ କରିଲା ନାହିଁ କାହିଁକି ? ଠିକ ସେହିପରି ଶବକୁ ଚିହ୍ନଟ ପାଇଁ ଫ୍ରୀଜରରେ ଅନ୍ୟୁନ ୯୬ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥାଏ । ତାହା ମଧ୍ୟ ଜିଆରପି ପୋଲିସ କରିନାହିଁ । ଶବଟି କଣ୍ଟାବାଞ୍ଜି ସହରର ଜଣେ ଯୁବକର ହୋଇଥିଲେ ହେଁ ପୋଲିସ କିମ୍ବା ଜିଆରପି ଚିହ୍ନଟ କରାଇଲା ନାହିଁ । ଅନ୍ୟପକ୍ଷରେ ଶବର ପୋଷ୍ଟମର୍ଟମ ନକରାଇ ଏତେ ତରତର ହୋଇ ପୋତିଦେବାର ରହସ୍ୟ କଣ?ଠିକ ସେହିପରି ମୃତ ଲଳିତଙ୍କ ବାପାଙ୍କ ଅଭିଯୋଗ ପରେ  ୧୫ ତାରିଖରେ କଣ୍ଟାବାଞ୍ଜି ପୋଲିସ ମାଜିଷ୍ଟ୍ରେଟ ଅମୃତଲାଲ ବେହେରାଙ୍କ ଉପସ୍ଥିତିରେ ମାଟିତଳୁ ପୋତାଯାଇଥିବା ଲଳିତଙ୍କ ଶବକୁ ଉଦ୍ଧାର କରିଥିବା ବେଳେ ଶବଟି ଚଢିଗଞ୍ଜି ପିନ୍ଧା ଅବସ୍ଥାରେ ଥିବା ଓ କୌଣସି ପୋଷ୍ଟମର୍ଟମର ଚିହ୍ନ ହିଁଁ ନଥିଲା । ଶବକୁ ପୋଷ୍ଟମର୍ଟମ କଲାବେଳେ ପ୍ରଥମେ ଦେହରୁ ସଂପୂର୍ଣ୍ଣବସ୍ତ୍ର କଢାଯାଇଥାଏ । ଦେହରେ ଥିବା କ୍ଷତ ଓ ଅନ୍ୟାନ୍ୟ ଚିହ୍ନ ଖୋଜାଯାଇଥାଏ । କିନ୍ତୁ ଏଠାରେ ତାହା କରାଯାଇନଥିଲା କାହିଁକି ? ୧୫ ତାରିଖରେ ହିଁ କଣ୍ଟାବାଞ୍ଜିର ଜଣେ ଡାକ୍ତରଙ୍କୁ ହାତକରି ପୋଲିସ ଏକ ମିଥ୍ୟା ପୋଷ୍ଟମର୍ଟମ ତିଆରିଥିବା ଅଭିଯୋଗ ହେଉଛି । କଣ୍ଟାବାଞ୍ଜି ହସପିଟାଲକୁ ପୋଷ୍ଟମର୍ଟମ ପାଇଁ କୌଣସି ରିକ୍ୟୁଜିସନ ଆସିନଥିବା କଣ୍ଟାବାଞ୍ଜି ଡାକ୍ତରଖାନାର ମେଡିକାଲ ଅଫିସର କହୁଥିବା ବେଳେ କିପରି ଆଉ ଦୁଇଜଣ ଅଧସ୍ତନ ଡାକ୍ତର ପୋଷ୍ଟମର୍ଟମ ରିପୋର୍ଟ ଦେଲେ ତାହା ଆହୁରି ରହସ୍ୟମୟ ଲାଗୁଛି । ସେପଟେ ପୋଷ୍ଟମର୍ଟମ ଗୃହର କର୍ମଚାରୀ ମଧ୍ୟ କହିଛନ୍ତି ୧୩ ତାରିଖ କିମ୍ବା ୧୪ ତାରିଖରେ ସେଭଳି କୌଣସି ଯୁବକର ମୃତଦେହ ଆସିନାହିଁ କି ପୋଷ୍ଟମର୍ଟମ ମଧ୍ୟ ହୋଇନାହିଁ । ତେଣୁ ପୋଷ୍ଟମର୍ଟମ ଗୃହକୁ ଶବ ନଆସି ପୋଷ୍ଟମର୍ଟମ ହେଲା କିପରି?ପୋଷ୍ଟମର୍ଟମରେ ସନ୍ଦେହ କରି ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ପୋଷ୍ଟମର୍ଟମ କରିଥିବା ଦୁଇ ଡାକ୍ତର ଛୁଟିରେ ପଳାଇବା ପରେ ଘଟଣାଟି ଆହୁରି ରହସ୍ୟମୟ ହୋଇଯାଇଛି । ପୋଲିସ ଓ ପୋଷ୍ଟମର୍ଟମ ରିପୋର୍ଟ ଦେଇଥିବା ଡାକ୍ତର କଣ କିଛି ଲୁଚାଉ ନାହାଁନ୍ତି ତ?ହସପିଟାଲର ଡ.ତ୍ରୀପାଠୀ ଶବର ପୋଷ୍ଟମର୍ଟମ କରିଥିବା ପୋଲିସ କହୁଛି । କିନ୍ତୁ କଣ୍ଟାବାଞ୍ଜି ହସପିଟାଲର ପୋଷ୍ଟମର୍ଟମ ସେଣ୍ଟରରେ ଥିବା କର୍ମଚାରୀ ସେଭଳି କୌଣସି ଶବ ପୋଷ୍ଟମର୍ଟମ ପାଇଁ ଆସିନଥିବା କହୁଛନ୍ତି ।  ଯଦି ପୋଷ୍ଟମର୍ଟମ ସେଣ୍ଟରକୁ ଶବ ଆସିନଥିଲା ତାହେଲେ ଶବର ପୋଷ୍ଠମର୍ଟମ ହେଲା କିପରି ଓ ରିପୋର୍ଟ ପ୍ରସ୍ତୁତ ହେଲା କିପରି?ଫଳରେ ଘଟଣାଟି ସଂପୂର୍ଣ୍ଣ ସନ୍ଦେହ ଘେରରେ ରହିଛି । ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ଷଡଯନ୍ତ୍ର କରି ହତ୍ୟାକରି ରେଳଲାଇନରେ ଫିଙ୍ଗିଦେଇ ଆତ୍ମହତ୍ୟାର ରୂପ ଦିଆଯାଉଛି ତାହାର ଏକ ନୀରପେକ୍ଷ ତଦନ୍ତ କରାଯାଉ ବୋଲି ପ୍ରମୋଦ ଜୌନ କହିଛନ୍ତି । ଏହି ଘଟଣାରେ ବଲାଙ୍ଗୀର ଏସପି ନିଜେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି । 
    


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like