-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ନୂଆପଡା(ବୋଲେଶ୍ୱର ବାଗ ): ନୂଆପଡା ଜ଼ିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନା ପୁରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ୱେତା ସୁନା ପ୍ରତି ମାସର ୧୪ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁ ଦିନ ଭଳି ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରନ୍ତି ।ସେ ଜଣେ ସମୟନୁବର୍ତ୍ତିତା ଓ ମିଷ୍ଟ ଭାଷୀ । ସବୁବେଳେ ରୋଗୀଙ୍କ ସେବା କରିବାରେ ମନ ବଳାଇଥାନ୍ତି ।ବର୍ତ୍ତମାନ ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ସୁନାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ
ପରିସରରେ ଚାଲୁଅଛି ।ସେ ସକାଳ ୯ ଟା'ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ କେବଳ ମାତ୍ର ଜଣେ ମହିଳା ନିଜ କାର୍ଯ୍ୟାଳୟରେ କାମ କରନ୍ତି ।ଏହି ଅଞ୍ଚଳରେ ଅନେକ ମଦ ବ୍ୟବସାୟ କାରବାର ଚାଲିଥାଏ ।ପ୍ରତି ଦିନ କିଛି ମଦ୍ୟପ ରୋଗ ବାହାନାରେ ହେଉ ଅବା ବିବେକ ବିହୀନ ଭାବରେ ହେଉ - ସେଠାକୁ ଯିବା ଆସିବା କରନ୍ତି ।ତେଣୁ ସ୍ବାସ୍ଥ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସହିତ ଅନ୍ୟ ଜଣେ ଆଶା ଅବା ସିକ୍ୟୁରିଟି ଗାର୍ଡ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି କରିବାକୁ ସର୍ବସାଧାରଣରେ ଦାବି ହେଉଛି ।