-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)ବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଉଦେପଦର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ଠାରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ଲସତଲା ସରପଞ୍ଚ ଶିବାନୀ ମହାକୁର ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର ରହିଥିବା ସୂଚନା ଦେଇ ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସରକାରଙ୍କ ସହାୟତା ଯୋଗାଇ ଦେବାପାଇ ପ୍ରଶାସନ ସବୁବେଳେ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ l ଶ୍ରମ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ଡିଲେଶ୍ୱର ଖାକା ଙ୍କ ତତ୍ୱାବଧାନ ତଥା ପରିଚାଳନା ରେ ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ପରିପ୍ରେକ୍ଷୀରେ ଶିକ୍ଷା ସହାୟତା ନିମନ୍ତେ ୩୬ ଜଣଙ୍କୁ ୨ଲକ୍ଷ ୨୭ହଜାର ୨୦୦ ପ୍ରସୂତି କାଳିନ ସହାୟତା ରେ ୨୫ଜଣ ଙ୍କୁ ୨ ଲକ୍ଷ ୫୦ହଜାର ,ମୃତ୍ୟୁ କାଳିନ ସହାୟତା ରେ ୪୩ଜଣ ଙ୍କୁ ୮୬ ଲକ୍ଷ , ବିବାହ ସହାୟତା ନିମନ୍ତେ ୨୦୪ ଜଣଙ୍କୁ 1କୋଟି ୧ଲକ୍ଷ ୨୫ ହଜାର ଓ ଶବସତ୍କାର କ୍ରିୟାକାର୍ଯ୍ୟ ସହାୟତା ରେ ୭୭ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୮୫ ହଜାର ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଆଜି ଅନୁଷ୍ଠିତ ଏହି ଶିବିରରେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ରେ ବିନିକା, ବୀରମହାରାଜପୁର, ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଜିକୃତ ଯୋଗ୍ୟ ୩୮୫ ଜଣ ନିର୍ମାଣ ଶ୍ରମିକଙ୍କୁ ସମୁଦାୟ ୧ କୋଟି୯୩ ଲକ୍ଷ ୮୭ ହଜାର ୨ ଶହ ଟଙ୍କା ର ସହାୟତା ରାଶି ସେମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇ ଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି l