-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବରଗଡ( ନିରଞ୍ଜନ ତ୍ରିପାଠୀ )
ଶାନ୍ତିନଗର ପଦ୍ମପୁର ଠାରେ ମାଉସୀ ମାଁ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ ଆୟୋଜନ କରାଯାଇଥିଲା।ପ୍ରଥମେ ଡ଼. ଗଦାଧର ରଥଙ୍କ ବାସଗୃହ ଠାରୁ କର୍ତ୍ତା ଶ୍ରୀଯୁକ୍ତ ସରୋଜ କୁମାର ରଥ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନୀଳିମା ରଥ ଙ୍କୁ ଫୁଲମାଳ ଦେଇ ସ୍ୱାଗତ କରି ମାଉସୀ ମାଁ ମନ୍ଦିର କମିଟିର ସଦସ୍ୟ,ଶାନ୍ତିନଗର,ମୈତ୍ରୀ ନଗର,ମାଷ୍ଟର କଲୋନୀ ର ମାଁ ମାଉସୀ ମାନେ ପାଛୋଟି ନେଇଥିଲେ ।ମନ୍ଦିର ପାଇଁ ଉଦ୍ଧିଷ୍ଟ ଭୂମି ଠାରେ ପଣ୍ଡିତ ଅତ୍ରାହି ଭଂଜନ ପାଣିଗ୍ରାହୀ ପୂଜା ଆରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସଭାପତି ଡ଼.ଦେବାଶିଷ ରଥ,ଉପ ସଭାପତି ମହେଶ ବେହେରା,ସମ୍ପାଦକ ପ୍ରତାପ ନାଥ,ସହ ସମ୍ପାଦକ ତୁଷାରକାନ୍ତ ପଧାନ,କୋଷାଧ୍ୟକ୍ଷ ଇଂ କୁନାଲ ପାଣିଗ୍ରାହୀ , ତାରା ପ୍ରସାଦ ଶତପଥି,ସୂର୍ଯ୍ୟପ୍ରସାଦ ହୋତା,ଡ. ଗଦାଧର ରଥ ,ଡ଼. ବିରଞ୍ଚି ନାରାୟଣ ସାହୁ, ଡ଼. ଅର୍ଜୁନ ଦେବତା ,ଜଗବନ୍ଧୁ ପୋଥଳ, ଗଙ୍ଗାଧର ମହାନ୍ତି,ଘନଶ୍ୟାମ ପୁଞ୍ଜି,ପ୍ରୀତିରଞ୍ଜନ ପଧାନ,ଜଗବନ୍ଧୁ ବାବୁ,ଅଶୋକ ଦାସ,ଅଶୋକ ସାହୁ,ମାନସ ରଞ୍ଜନ ମହାନ୍ତି,ଉମାକାନ୍ତ ସାହୁ,ସୁରେଶ ସାହୁ,ବିଜୟ ସାହୁ,ଓକିଲ ଶତପଥି,ନୀଳମଣି ସାହୁ,ନିଲୁ ଦାସ,ପ୍ରଫୁଲ୍ଲ ବେହେରା,ବାବୁଲୁ ପାଣିଗ୍ରାହୀ,ଚୂଡ଼ାମଣି ମେହେର,ବିଦ୍ୟାଧର ସାହା, ଏବଂ ପୂଜା କମିଟି ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।