-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ବରମୁଣ୍ଡାରେ ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ ହେବାକୁ ଯାଉଛି କରୁଛନ୍ତି ରାଜ୍ୟ ସରକାର। ଏନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରାୟ ୧୧ ଏକର ଜମିରେ ୧୮୦ କୋଟି ଟଙ୍କା ବ୍ୟୟରେ ନୂଆ ବସ୍ ଟର୍ମିନାଲ ନିର୍ମାଣ ହେବ। ୨୦୨୨ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆକଳନ କରାଯାଇଛି। ଏଥିରେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ରହିବ। ସେହିପରି ବର୍ଜ୍ୟ ଜଳ ବିଶୋଧନ ଭଳି ଅତ୍ୟାଧୁନିକ ସିଷ୍ଟମ ରହିବ। ଏହାଛଡ଼ା ଭବିଷ୍ୟତରେ ଟର୍ମିନାଲର ସଂପ୍ରସାରଣ ଲାଗି ଆଉ ୪ ଏକର ଜମି ଗଛିତ ରଖାଯିବ ବୋଲି କୁହାଯାଇଛି । ଭାରତ ସରକାରଙ୍କ ଭାରି ଶିଳ୍ପ ମନ୍ତ୍ରାଳୟ ଅଧିନରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ସ ଏହାର ନିର୍ମାଣ କାର୍ଯ୍ୟ ନେଇଛି। ନୂଆ ଟର୍ମିନାଲର ଲୁକ୍ ଏୟାରପୋର୍ଟ ଭଳି ରହିବ। ଏହାଛଡ଼ା ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ନିରବଛିନ୍ନ ବିଦ୍ୟୁତ ସେବା ସହିତ ସଂପୂର୍ଣ୍ଣ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି। ଏଠାକୁ ଯାଆସ କରୁଥିବା ବସ୍ ସଂପର୍କିତ ସୂଚନା ଡିସପ୍ଲେ ଜରିଆରେ ଦିଆଯିବ ବୋଲି ଯୋଜନା ରହିଛି।