-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ବିଶେଷ

ଇବ୍‌ ନଦୀକୁ ଛତିଶଗଡ଼ର କବ୍‌ଜା; ସୁନ୍ଦରଗଡ଼ର ସୀମାନ୍ତ ଗାଁ ଲୋକଙ୍କୁ ଇବ୍‌ ପାଣି ମନା, ଏତଲା ଦେଲେ ତେଲିଯୋର ଅଧିବାସୀ

10-Dec-2020



(ପ୍ରେରଣା ଖବର) ସୁନ୍ଦରଗଡ଼: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆ ଗ୍ରାମପୁଞ୍ଜ ଓ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗାଁରେ ଆନ୍ଧ୍ରର ଦାଦାଗିରି ପରି ସୁନ୍ଦରଗଡ଼ରେ ଓଡ଼ିଶା- ଛତିଶଗଡ଼ ସୀମା ବିବାଦ ଆରମ୍ଭ ହୋଇଛି। ତେବେ ଏଠାରେ ଗାଁକୁ ନେଇ ନୁହେଁ, ପାଣିକୁ ନେଇ ଚାଲିଛି ବଳ କଷାକଷି। ଛତିଶଗଡ଼ରୁ ବୋହି ଆସିଥିବା ଇବ୍‌ ନଦୀ ଉପରେ ପଡ଼ୋଶୀ ରାଜ୍ୟ ସରକାର ବନ୍ଧ ବାନ୍ଧି ଏକ ପ୍ରକାର କବ୍‌ଜା କରିଥିବା ବେଳେ ଏବେ ପଡ଼ୋଶୀ ଗାଁ ଖାରିବାହାଲର ଲୋକେ ଆସି ସୁନ୍ଦରଗଡ଼ ସୀମାନ୍ତ ବାଲିଶଙ୍କରା ବ୍ଲକ୍‌ର ତେଲିଯୋରର ଅଧିବାସୀଙ୍କୁ ଇବ ପାଣି ବ୍ୟବହାର ନକରିବାକୁ ତାଗିଦ୍‌ କରିଛନ୍ତି। ସେମାନେ ବ୍ୟବହାର କରୁଥିବା ଇବ୍‌ ନଦୀ ପରିସୀମା ଛତିଶଗଡ଼ ଭିତରେ ଥିବାରୁ ତୁରନ୍ତ ଏଥିରୁ ହଟି ତଳ ମୁଣ୍ଡକୁ ଯିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦୁଇ ମାସ ହେଲା ଏ ବିବାଦ ଲାଗି ରହିଥିବା ବେଳେ ସୀମାନ୍ତ ଦୁଇ ଗାଁ ଏକ ପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସି ଯାଇଥିବା ପ୍ରକାଶ ପାଇଛି। ଏ ସମ୍ପର୍କରେ ତେଲି‌ଯୋର ଗାଁ ଲୋକେ ସୋମବାର ତଳସରା ଥାନା ଓ ବାଲିଶଙ୍କରା ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। ତେଲିଯୋର ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଗାଁ କଡ଼ ଦେଇ ବୋହି ଯାଇଥିବା ଇବ୍‌ ନଦୀ ପାଣିକୁ କାହିଁ କେଉଁ କାଳରୁ ପାନୀୟ ଜଳ, ଚାଷ କାର୍ଯ୍ୟ, ସ୍ନାନଶୌଚ ପାଇଁ ବ୍ୟବହାର କରି ଆସୁଥିବା ବେଳେ କିଛି ଲୋକ ନଦୀରେ ମାଛ ଧରି ନିଜ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଗତ ଅକ୍ଟୋବରରୁ ପଡ଼ୋଶୀ ଛତିଶଗଡ଼ର ଖାରିବାହାଲ ଗାଁ ଲୋକେ ଆସି ତେଲିଯୋର ଲୋକଙ୍କୁ ଇବ୍‌ ପାଣି ବ୍ୟବହାର ନକରିବାକୁ ଧମକ ଦେଇ ଆସୁଛନ୍ତି। ତେଲିଯୋର ଗାଁ କଡ଼ ଦେଇ ଇବ୍‌ ବୋହି ଯାଇଥିଲେ ମଧ୍ୟ ନଦୀର ଏହି ଅଂଶ ଛତିଶଗଡ଼ ଅଞ୍ଚଳରେ ରହିଛି, ତେଣୁ ଏଥିରେ ଖାରିବାହାଲ ଗାଁ ଲୋକଙ୍କ ଅଧିକାର ରହିଛି। ତେଲିଯୋର ଲୋକେ ପାଣି ପାଇଁ ତଳ ମୁଣ୍ଡକୁ ଯାଅ’ କହି ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ଖାରିବାହାଲର ଏ ପ୍ରକାର ଦାଦାଗିରି‌ରେ ଅତିଷ୍ଠ ତେଲିଯୋର ଅଧିବାସୀ ଶେଷକୁ ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରକାଶ‌ଯୋଗ୍ୟ ଇବ୍‌ ନଦୀ ପଡ଼ୋଶୀ ଛତିଶଗଡ଼ ଯଶପୁର ଜିଲ୍ଲାରୁ ବାହାରିଥିବା ବେଳେ ଜିଲ୍ଲାର ଗୁଲୁ ଠାରେ ଏହା ଉପରେ ପଡ଼ୋଶୀ ସରକାର ଏକ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିଛନ୍ତି। କେବଳ ସେତିକି ନୁହେଁ ଓଡ଼ିଶା ସୀମାରୁ ମାତ୍ର ୨୦ କିଲୋମିଟର ଦୂର ସମଡମା ଠାରେ ମଧ୍ୟ ଛତିଶଗଡ଼ ଏକ ଆନିକଟ ନିର୍ମାଣ କରି ଇବ୍‌ ଜଳକୁ ଅଟକାଇ ରଖିଛି। ଇବ୍‌ ନଦୀରେ ଛତିଶଗଡ଼ର ବନ୍ଧ ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ବିଶେଷ କରି ଇବ୍‌ର ତଳ ମୁଣ୍ଡରେ ଏକ ଛୋଟିଆ ଆନିକଟଟେ ନିର୍ମାଣ କରିବାକୁ ସରକାର ଚିନ୍ତା କରି ନାହାନ୍ତି। ଓଡ଼ିଶା ସରକାରଙ୍କ ଉଦାସୀନତାକୁ ସୁଯୋଗ ମଣି ଛତିଶଗଡ଼ ଏବେ ତଳକୁ ବୋହି ଆସୁଥିବା ଇବ୍‌ ପାଣି ଛୁଇଁବାକୁ ବି ଓଡ଼ିଶା ଲୋକଙ୍କୁ ମନା କରିବାକୁ ସାହସ ଜୁଟାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଆଗାମୀ ଦିନରେ ଏ ବିବାଦ ଉଗ୍ର ରୂପ ନେବାର ଆଶଙ୍କା ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like