-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
09-Dec-2020
(ପ୍ରେରଣା ଖବର) ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ବି ବାହାରି ପାରିଲାନି କୌଣସି ସମାଧାନ।ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବସିଥିବା ବୈଠକରେ ଫଳାଫଳ ବାହାରିନି। କେନ୍ଦ୍ର ସରକାର କୃଷି ଆଇନକୁ ଉଚ୍ଛେଦ କରିବେନି ବୋଲି ଗତକାଲି ବୈଠକ ପରେ ସୂଚନା ଦେଇଛନ୍ତି ଅଖିଳ ଭାରତୀୟ କିଷାନ ସଭାର ସମ୍ପାଦକ ହନନ୍ ମୌଲା। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ କିଛି ପ୍ରସ୍ତାବ ରଖିଛନ୍ତି ଯାହା ଉପରେ ଚାଷୀ ନେତା ମିଳିତ ଭାବେ ଆଲୋଚନା କରିବେ। ଦାବି ମୁତାବକ ସଂଶୋଧନ ପ୍ରସ୍ତାବ ପୁଣି ଥରେ ସରକାର ଚାଷୀଙ୍କୁ ଦେବେ । ତେଣୁ ଆଜି ହେବାକୁ ଥିବା ସରକାର ଓ ଚାଷୀଙ୍କ ମଧ୍ୟରେ ବୈଠକକୁ ବାତିଲ କରାଯାଇଛି। ଆଜି ମଧ୍ୟାହ୍ନ ୧୨ଟା ବେଳେ ସିଂଘୁ ସୀମାରେ ଚାଷୀ ନେତାଙ୍କ ବୈଠକ ଡକାଯାଇଛି। ଅନୁମାନ କରାଯାଉଛି, ଆଜିର ବୈଠକରେ ସଂଶୋଧିତ ପ୍ରସ୍ତାବ ଆଲୋଚନା କରି କେନ୍ଦ୍ରକୁ ଜଣାଯିବ। ଆସନ୍ତାକାଲି ସରକାରଙ୍କ ସହ ପୁଣି ଥରେ ଚାଷୀ ନେତାଙ୍କ ବୈଠକ ହେବ। ଗତକାଲି ଭାରତ ବନ୍ଦ ପରେ ରାତିରେ ୨ ଘଣ୍ଟା ଧରି ୧୩ ଜଣ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଯାଏ ଏହାକୁ ମିଶାଇ ଚାଷୀ ନେତାଙ୍କ ସହ ସରକାରଙ୍କର ୬ ଥର ବୈଠକ ହେଲାଣି । ତଥାପି କୌଣସି ସମାଧାନର ବାଟ ଫିଟି ପାରିନି।