-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଅସହାୟ ଗର୍ଭବତୀ ଝର,ଗର୍ଭବତୀ କରି ଫେରାର ଦୁଇ ଯୁବକ ଙ୍କୁ ଗିରଫ ନିର୍ଦ୍ଦେଶ ମନ୍ତ୍ରୀ ଦେଇ ସୁଦ୍ଧା ପ୍ରଶାସନ ନିରବ

08-Dec-2020



ଟିଟିଲାଗଡ଼, (ପ୍ରେରଣା ଖବର) :ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ,ବିଧାୟିକା ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଗର୍ଭବତୀ କରିଦେବା ଓ ଫେରାର ଥିବା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ସତ୍ୱେ ପୋଲିସ ପ୍ରଶାସନ ନିରବ ରହିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉକ୍ତ ସାତ ମାସର ଗର୍ଭବତୀ ଯୁବତୀ ଜଣଙ୍କ ଗର୍ଭପାତ କରିବେ ନା ସନ୍ତାନକୁ ପାଳିବେ,ଏପରି ସ୍ଥଳେ ଗ୍ରାମ ରୁ ନିଜ ପରିବାର ଓ ସମାଜ ଅଲଗା କରି ଦେଇଥିବା ରୁ ଟିଟିଲାଗଡ ନିକଟରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏବେ କେହି ସାହା,ଭରସା ନ ଥିବା ବେଳେ ବାରମ୍ବାର ଥାନାର ଦ୍ବାରସ୍ଥ ହେବା, ଅପରପକ୍ଷରେ ନିଜ ଚିକିତ୍ସା ଓ ଗର୍ଭବତୀ ଥିବା ସମୟରେ ଆବଶ୍ୟକ ପଦକ୍ଷେପ ପ୍ରଶାସନ ତରଫରୁ ଆଶା କର୍ମୀ ଙ୍କ ଠାରୁ ନ ମିଳିବା, ଦୁଇ ମୁଠା ଖାଇବାକୁ ନ ପାଇବା ପରିସ୍ଥିତି ରେ ସେ ନିଃସହାୟ ହୋଇ ପଡିଛନ୍ତି । 

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ସହ ପ୍ରଥମେ ପ୍ରେମ ସମ୍ପର୍କ ସ୍ଥାପନ କରି ତଥା ବିବାହର ପ୍ରଲୋଭନ ଦେଖାଇ ଝିଅକୁ ଧରି ଗାଁ ରୁ ଫେରାର ହୋଇଯିବା ଓ ନିଜ ର ସାଙ୍ଗ ସହ ସମ୍ପର୍କ ରଖିବାକୁ ବାଧ୍ୟ କରି ଦେଇ ଗର୍ଭବତୀ ଅବସ୍ଥାରେ ଯୁବତୀ ଙ୍କୁ ଛାଡ଼ିଦେଇ ଉଭୟ ଫେରାର ହୋଇଯିବା ପରି ଘଟଣା ବେଶ ହଟଚମଟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ କନର୍ଲା ଗ୍ରାମ ର ଝର ତାଣ୍ଡି (ଛଦ୍ମନାମ) ନାମ୍ନୀ ଜଣେ ୨୧ ବର୍ଷୀୟ ଯୁବତୀ ଙ୍କୁ ଉକ୍ତ ଗ୍ରାମର ଲଳିତ ଚନ୍ଦନ(୨୫) ନାମକ ଜଣେ ଯୁବକ ନିଜ ସାଙ୍ଗରେ ନେଇ ବେଙ୍ଗଲୋର ଫେରାର ହୋଇଯାଇଥିଲେ । ପ୍ରାୟ ଦୁଇ ମାସ ଲଳିତର ରହୁଥିବା ଘରେ ଉଭୟେ ସ୍ୱାମୀ ସ୍ତ୍ରୀ ପରି ରହିଥିଲେ,ଏପରି କି ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ଏକ କମ୍ପାନୀ ରେ ଲଳିତ କାମ କରି ବେଶ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । ହେଲେ 
ହଠାତ ଦିନେ ପୂର୍ବରୁ ଲଳିତ ଯୋଜନାବଦ୍ଧ ଭାବେ ତାର ଜଣେ ବନ୍ଧୁ ତାପସ ଜାଲ(୨୪) ସହ ଲଳିତ ଉକ୍ତ ଘରକୁ ଆଣି ପରିଚୟ କରାଇଦେଇ ସେ ବି ସାଙ୍ଗରେ ରହିବ ବୋଲି କହିଥିଲା । ଉକ୍ତ ବନ୍ଧୁ ଜଣକ ପୂର୍ବରୁ ବେଙ୍ଗଲୋରରେ ରହୁଥିଲେ । ଏ ନେଇ ଝର ଅରାଜି ହୋଇ ସୁଦ୍ଧା ନିରୁପାୟ ହୋଇଯାଇଥିଲେ । ପରେ ଲଳିତ ତାର ବନ୍ଧୁ ତାପସ ସହ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଝର କୁ କହିଥିଲା । ଏହା ଅସ୍ବୀକାର କରିବାରୁ ଉଭୟ ତାଙ୍କ ସହ ଜୋର, ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଓ ମାଡ଼ ଧର କରି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଆସୁ ଥିବା କହିଛନ୍ତି । ପ୍ରାୟ ପନ୍ଦର ଦିନ ପରେ ଲଳିତ କେଉଁ ଆଡେ ଚାଲିଯାଇଥିଲା । ସେ ନ ଫେରିବା ବେଳେ ତାପସ ଓ ସେ ପ୍ରାୟ ୬ ମାସ ଠିକ ଭାବେ ମିଶିରହିଥିଲେ । ଏ ସମୟ ମଧ୍ୟରେ ଝର ଗର୍ଭବତୀ ଥିବା ତାପସ ଜାଣିଥିଲା ।ତାପସ କୌଶଳ କ୍ରମେ ନିଜ ଗାଁ କୁ ଫେରିଯିବା ଓ ଘରେ କହି ଦୁହେଁ ବିବାହ କରିବେ  ବୋଲି କହି ବେଙ୍ଗଲୋର ରୁ ଟିଟିଲାଗଡ଼ କୁ ଆସି ରେଳ ଷ୍ଟେସନ ନିକଟରେ ଥିବା ମଦ୍ରାସୀ ଲାଜ ରେ ଥିଲେ ।  ଦୁହେଁ ପ୍ରାୟ ପାଞ୍ଚ ଦିନ ରହିଥିଲେ,ଷଷ୍ଠ ଦିନ ସନ୍ଧ୍ୟା ପ୍ରାୟ ୫ ଟା ସମୟ ରେ ଉକ୍ତ ଲଜ ରେ ଛାଡି କେଉଁଆଡ଼େ ଚାଲିଯାଇଥିଲା । ତାପସ ନିଜ ମୋବାଇଲ ଝର ନିକଟରେ ଛାଡି ଦେଇ ଚାଲିଯାଇଥିବାରୁ ସେ ଆଉ ଯୋଗାଯୋଗ କରି ନ ପାରି ତିନି ଦିନ ଧରି ଅପେକ୍ଷା କରି ଶେଷରେ ନିଜ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।ଗ୍ରାମ ରୁ ଝର ଙ୍କ ମାଆ, ବାପା ଓ  ପରିବାର ଲୋକେ ଆସି ତାଙ୍କୁ ଲଜ ରୁ ଉଦ୍ଧାର କରିଥିଲେ।  ତୁରନ୍ତ ଏ ନେଇ ଟିଟିଲାଗଡ଼ ଥାନା ରେ ଝର ଓ ପରିବାର ଲୋକେ ଏତଲା ଦାୟର କରିଥିଲେ । ଏ ନେଇ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଶ୍ରୀମତୀ ସାବିତ୍ରୀ ହିକା ଭାରତୀୟ ଦଣ୍ଡବିଧାନ ନିୟମ ଅନୁଯାୟୀ ସି ଆର ପି ସି ଧାରା ୧୪୫ ଅନ୍ତର୍ଗତ ଏକ ମାମଲା ସଂଖ୍ୟା -୪୩୮ କ୍ରମେ ଧାରା ୪୯୮-ଏ,୪୯୮,୪୧୭,୩୪ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ତେବେ ପ୍ରସବ ସମୟ ଆସିଯାଉଥିବା ବେଳେ ଝର ଦୁଃଖ ରେ ମର୍ମାହତ ହୋଇ ରହିଛି। ଏ ନେଇ ସ୍ଥାନୀୟ ବିଧାୟିକା ଓ ମହିଳା ଓ ସିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଙ୍କୁ ନିଜ ଗୁହାରୀୀ ଜଣାଇଥିଲେ। ସେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ଅପର ପକ୍ଷେ ଝର ର ଗ୍ରାମ ରେ ଏକ ସମାଜ ବୈଠକ ଆୟୋଜନ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନ ଥିଲା । ଉକ୍ତ ଅଭିଯୁକ୍ତ ଦୁଇ ଜଣ ବର୍ତ୍ତମାନ ନିଜ ପରିବାର ସହ ଫୋନ ଯୋଗେ ଯୋଗାଯୋଗ କରୁଥିବା ବେଳେ ଓ ସେମାନଙ୍କ ଠିକଣା ଥିବା ସତ୍ୱେ ପୋଲିସ କିଛି ପଦକ୍ଷେପ ଜାଣିଶୁଣି ନ ନେବା ଝର ଅଭିଯୋଗ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like