-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-May-2023
ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ )ସମ୍ପ୍ରତି ବିଶ୍ୱରେ ସାମ୍ବାଦିକ ମାନଙ୍କର ସ୍ୱାଧିନତା ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଛି । ଏପରି ହେଲେ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ ବୋଲି ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.) ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ ଏବଂ ବାର୍ଷିକ ସମ୍ମିଳନୀ ଅବସରରେ ଅତିଥି ଏବଂ ବକ୍ତା ମାନେ ମତବ୍ୟକ୍ତ ସହିତ ସାମ୍ବାଦିକ ମାନଙ୍କର କଲ୍ୟାଣ ଓ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି କହିଥିଲେ । ସଂଘର ରାଜ୍ୟ ସଭାପତି ତଥା ଭାରତୀୟ ସାମ୍ବାଦିକ ସଂଘ (ଆଇ.ଜେ.ୟୁ )ର ଜାତୀୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେସନରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼. ପ୍ରସନ୍ନ କୁମାର ପାଟଶାଣୀ, ମୁଖ୍ୟ ବକ୍ତା ଭାବରେ ସମୀକ୍ଷାର ସମ୍ପାଦକ ତଥା କଳିଙ୍ଗ ମେଡ଼ିଆ ସର୍ଭିସ ର ଅଧ୍ୟକ୍ଷ ଡ଼. ମହେଶ୍ୱର, ସମ୍ମାନିତ ଅତିଥି ଭାବରେ ବିଧାୟକ ସୁରେଶ କୁମାର ରାଉତରାୟ, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଦାସ,
ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ସମାଜ ପ୍ରତି ଥିବା ଉତରଦାୟୀତ୍ୱ ଏବଂ ତ୍ୟାଗପୂତ କାର୍ଯ୍ୟଧାରା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ. ସଂଘର ସଂଗଠନ ସମ୍ପାଦକ ଦୁର୍ୟୋଧନ ମହାରଣା ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ, ସଙ୍ଘ ର ରାଜ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ରମଣି ରଂଜନ ଦାଶ, ଦୀପକ କୁମାର ନାୟକ, ସମ୍ପାଦକ ରାଜକିଶୋର ତ୍ରିପାଠୀ, ବାଙ୍କ ବିହାରୀ ବିଶୋଇ, ରାଜ୍ୟ ସଂଯୋଜକ ମାନସ କୁମାର ଓଝା, ମହିଳା କନଭେନର ବିଜୟଲକ୍ଷ୍ମୀ ମହାନକୁଡ଼ ପ୍ରମୁଖ ମଂଚାସୀନ ହୋଇ ନିଜନିଜର ବକ୍ତବ୍ୟ ରଖିବା ସହ ସାମ୍ବାଦିକ ମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ. ସାମ୍ବାଦିକ ଦିଲ୍ଲୀପ କୁମାର ପାତ୍ର ମଂଚ କୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ, ଏହି ଅବସର ରେ ସଂଘର ମୁଖପତ୍ର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଥିଲା. ଏହି ଅବସର ରେ ସଙ୍ଘ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର ପଟ୍ଟନାୟକ ଏବଂ ବୌଦ ଜିଲ୍ଲାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଭୁଦତ ବୋଷଙ୍କୁ ସଙ୍ଘ ସେବାଶ୍ରୀ ସମ୍ମାନ ତଥା ସୁବର୍ଣ୍ଣପୁର ଜିଲ୍ଲା ୟୁନିଟର ମନୋରଞ୍ଜନ ତ୍ରିପାଠୀ, ମହାଦେବ ମଲ୍ଲିକ, ରାଜକିଶୋର ତ୍ରିପାଠୀ ଏବଂ ନୀଳକମଳ ମିଶ୍ରଙ୍କୁ ଦଳଗତ ସଙ୍ଘ ସେବାଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା. ସାମ୍ବାଦିକ ଦିଲ୍ଲୀପ କୁମାର ପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଘର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ.
ସେହିପରି ରାଜ୍ୟ ସଭାପତି ଶ୍ରୀ ପ୍ରହରାଜଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ 2ୟ ଅଧିବେସନରେ ସଙ୍ଘର ସାଙ୍ଗଠନିକ ଆଲୋଚନା କରାଯାଇ ଥିବାବେଳେ ରାଜ୍ୟରେ ସାମ୍ବାଦିକ ମାନଙ୍କର ସୁରକ୍ଷା ତଥା ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ଚାଲିଥିବା ଆନ୍ଦୋଳନ ଏବଂ ସଙ୍ଘର ସମସ୍ତ ଅନୁସଙ୍ଗିକ କାର୍ଯ୍ୟକୁ ବ୍ୟାପକ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି.