-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
03-May-2023
ଖପ୍ରାଖୋଲ (ପୂର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ଧର୍ମପୀଠ ହରିଶଙ୍କର ଠାରେ ଚାଲିଥିବା ହରିଶଙ୍କର ମହୋତ୍ସବ ଆଜି ତୃତୀୟ ଦିନ ପହଞ୍ଚି ଅଛି। ପ୍ରଥମ ଦିନରୁ ପ୍ରତିକୂଳ ପାଗ ସତ୍ତ୍ୱେ ହୋମଯଜ୍ଞ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଆସୁଥିବା ବେଳେ ତୃତୀୟ ଦିନ ସନ୍ଧ୍ୟାରେ ଅଦିନିଆ ବର୍ଷା ଯୋଗୁଁ ପର୍ଯ୍ୟଟକ ଓ ଦୋକାନୀ ପ୍ରଭାବିତ ହୋଇଥିଲେ। ମନ୍ଦିର ପାରିପାର୍ଶ୍ୱ ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ଅଦିନିଆ ବର୍ଷାର ପ୍ରଭାବ ଦ୍ଵିଗୁଣିତ ହୋଇଥିଲା।ଢାଲୁ ସ୍ଥାନରେ ଦୋକାନୀ ମାନଙ୍କ ଦୋକାନ ଭିତରକୁ ପ୍ରବେଶ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା
ଦେଖାଯାଇଥିଲା। ଘଟଣା ସ୍ଥଳରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ ପହଞ୍ଚି ଦୋକାନୀଙ୍କୁ ବୁଝାସୁଝା କରିବା ସହ ଅଗ୍ନିଶମ ବିଭାଗ ଦ୍ବାରା ପାଣି ନିଷ୍କାସନ କରାଯାଇଥିଲା। ତୃତୀୟ ସନ୍ଧ୍ୟାରେ ପ୍ରଥମ ସାଂସ୍କୃତିକ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୟାନନ୍ଦ ସେଠୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ କୁମ୍ଭାର ନାଗ ଭୂଷଣ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କିଶୋର ସାହୁ ଯୋଗ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଲୋକଙ୍କ ଭିଡ଼ ଦେଖି ଭୂରିଭୂରି ପ୍ରଶଂସା କରୁଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ବଳଭଦ୍ର ଦାସ ପରିଚାଳନା କରିଥିବା ବେଳେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଥମ ମଞ୍ଚରେ ଭୁବନେଶ୍ୱରର ନୃତ୍ୟ ନିପୁଣ ଓଡ଼ିଶୀ ନୃତ୍ୟ ଗୁଡଭେଲା ର କୃଷ୍ଣ କଳା ପରିଷଦ ଏବଂ ଭଜନ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିପରି ଦ୍ବିତୀୟ ମଞ୍ଚରେ ବଲାଙ୍ଗିର ପଞ୍ଚମ , ସୁନ୍ଦରଗଡ଼ର ପଏଁରୀ,କଲା ହାଣ୍ଡିର ଘୁମୁରା, ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା।