-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
03-May-2023
ବଲାଙ୍ଗିର(ଦେବାଶିଷ ବହିଦାର )- ଗତ ୨୯ ଓ ୩୦ ଦୁଇ ଦିନ ଧରି ରାଜସ୍ଥାନ ଜୟପୁର ସ୍ଥିତ ସ୍ୱାଇ ମାନସି ଷ୍ଟଡିୟମ ରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ୯ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ଏଥିରେ କରାଟେ ଅର୍ଗାନାଇଜେସନର ପ୍ରତିଷ୍ଠାତା ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବାଳିକା କୁମିତେ ବିଭାଗରେ ସମିକ୍ଷା ସମୃଦ୍ଧି ଷଡଙ୍ଗି ସ୍ୱର୍ଣ୍ଣ ଓ କାତାରେ ରୌପ୍ୟ ପଦକ, ପ୍ରାଚି ବେହେରା କାତାରେ ସ୍ୱର୍ଣ୍ଣ ପଦକ, ସାଇଶ୍ରିୟା ମହାକୁର
କାତାରେ ବ୍ରୋଞ୍ଚ ପଦକ, ସୁହାନି ପଣ୍ଡା କୁମିତେ ରେ ବ୍ରୋଞ୍ଜ ପଦକ ପାଇଥିବା ବେଳେ ବାଳକ ବିଭାଗରେ ଆୟୁଷ୍ମାନ ଓମକାର ସାହୁ କୁମିତେରେ ରୌପ୍ୟ ପଦକ, ସ୍ୱସ୍ତିକ ମହାରଣା ଓ ସେଖ ମହମ୍ମଦ ଅସିଫ ରାଜା କୁମିତେରେ ବ୍ରୋଞ୍ଜ , ମିଥିଲେସ ବେହେରା ଓ ଜୟମ ସାହୁ କାତା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଅବସରରେ କରାଟେ ଇଣ୍ଡିଆ ଅର୍ଗାନାଇଜେସନର ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇ ସମସ୍ତ ରେଫରୀଙ୍କୁ ଡବ୍ଲୁକେଏଫ୍ ର ନୂତନ ନିୟମ ବିଷୟରେ ସୁଚନା ଦେଇଥିଲେ । ଏଥିରେ ଶ୍ରୀ ଭୋଇଙ୍କୁ ମୋମେଣ୍ଟୋ ସହ ସମ୍ମାନିତ କରାଯାଇଥିଲା ।