-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
16-Apr-2023
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁ ଅବକାରୀ ବିଭାଗର ଚଢାଉ ନନ୍ଦପୁରା ଗ୍ରାମରେ ଛଅ କୁଇଣ୍ଟାଲ ଚାଳିଶ କେଜି ମହୁଲ ଜବତ,ଜଣେ ଗିରଫ ।ସୂଚନାଯୋଗ୍ୟ -ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି,ଘୋଡାଖୁଣ୍ଟା ସମେତ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରିବା ସମୟରେ ନନ୍ଦପୁରା ଗ୍ରାମରୁ ଛଅ କୁଇଣ୍ଟାଲ ଚାଳିଶ କେଜି ମହୁଲ ଜବତ କରିବା ସହ ସେହି ଗ୍ରାମର ସମାରୁ ଭାତ୍ରାକୁ ଗିରଫ କରିଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୯/୨0୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଅବକାରୀ ବିଭାଗ ଇନଚାର୍ଜ ସୁଶୀଲ କୁମାର ଭାଇ ଙ୍କ ନିର୍ଦେଶ କ୍ରମେ ତାଙ୍କ ଟିମ ଏବଂ ନବରଙ୍ଗପୁର ମୋବାଇଲ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ । ଏହି ଛଡାହୁ ସମୟରେ ଉପସ୍ଥିତ ଥିଲେ ସହ ଉପନିରୀକ୍ଷକ ମାଖନ ହାଲଦାର, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋୟୀ,ସଦାଶିବ ଭାତ୍ରା,ସୁରେଖା ଭତ୍ରା,ରୀନା ବଡନାୟକ ପ୍ରମୁଖ |