-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ନକଲି ନକଲି ସବୁ ନକଲି

17-Apr-2023



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ ): ଶିକ୍ଷା ବିଭାଗ ରେ ମାଳ ମାଳ ନକଲି ସାର୍ଟିଫକେଟ ଧାରି ଶିକ୍ଷକ ବର୍ଷ ବର୍ଷ ଧରି ଚାକିରି କରୁଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଅବହେଳା ଯୋଗୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ସାଜି ଚାକିରି କରୁଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ବାରମ୍ବାର ଚିଠି ମାଧ୍ୟମରେ ନକଲି ସାର୍ଟିଫିକେଟ ର ତଦନ୍ତ କରିବାକୁ ଜଣାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ସଜାଗ ରହି ନ ଥିବା ବେଳେ ନକଲି ର ପ୍ରଭାବ ଦେଖାଦେଇଛି।ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ର ରେ ମଧ୍ୟ ମାଳ ମାଳ ନକଲି ଡାକ୍ତର ଜିଲ୍ଲାର ସବୁ ସ୍ଥାନରେ ତାଙ୍କର ବ୍ୟବସାୟ ବଳବତ୍ତର ରଖିଛନ୍ତି।ସହର ଠୁଁ ଆରମ୍ଭ କରି ଗ୍ରାମଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛନ୍ତି ନକଲି ଡାକ୍ତର ।ପାଠ ନାହିଁ କି ଶାଠ ନାହିଁ ହେଲେ ନିଜକୁ ଡାକ୍ତର ପରିଚୟ ଦେଇ ବେଶ ମାଲେ ମାଲ୍ ହେଉଥିବା ବେଳେ ରୋଗୀ କଙ୍ଗାଲ । କିଛି ଔଷଧ ଦୋକାନୀ ନିଜର ବ୍ୟବସାୟ ପାଇଁ ଏହି ଠକ ଡାକ୍ତର ମାନଙ୍କୁ ରଖିଥିବା ଏବଂ ଗ୍ରାମାଞ୍ଚଳ ର ରୋଗୀ ମାନଙ୍କୁ ତତକ୍ଷଣାତ୍ ସ୍ବାସ୍ଥ୍ୟ ସେବା ଯୋଗାଇ ରୋଜଗାର କରୁଥିବା ଚର୍ଚ୍ଚା ହେଉଛି । ଏହି ନକଲି ଡାକ୍ତର ମାନେ ସାଧାରଣତଃ ୱେଷ୍ଟ ବେଙ୍ଗଲ ରାଜ୍ୟର ବୋଲି ଜାଣିବାକୁ ମିଳିଛି ।ଏମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ନ ଥିବା ବେଳେ କୌଣସି ଡାକ୍ତରି ପାସ ପ୍ରମାଣ ପତ୍ର ଏବଂ କ୍ଲିନିକ୍ ଲାଇସେନ୍ସ ମଧ୍ୟ ନାହିଁ । ଡାକ୍ତର ସାଜି ବେଧଡକ ରୋଗୀ ଙ୍କୁ ଲୁଟୁଥିବା ଦେଖିବାକୁ ମିଳୁଛି ।ପାଠ ଜିରୋ ହେଲେ ଡାକ୍ତର ।ବର୍ଷ ବର୍ଷ ଧରି ଡାକ୍ତର ପରିଚୟ ଦେଇ କ୍ଲିନିକ୍ ଖୋଲି ରୋଗୀ ଙ୍କୁ ଠକି ନିଜର ପତିଆରା ବିସ୍ତାର କରିଛନ୍ତି । ପାଥୋ ଲାଇସେନ୍ସ ନାହିଁ ହେଲେ ରକ୍ତ ପରୀକ୍ଷା କରି ନିରୀହ ଲୋକଙ୍କୁ ଚୁନା ଲଗାଉଛନ୍ତି ।ଜିଲ୍ଲାର ମୁରିବାହାଲ,ସଇଁତଳା,ଲୋଇସିଂହା,ଗୁଡିଘାଟ,ମାର୍ଲାଡ୍, ସିନ୍ଧେକେଲା, କୁରସୁଡ଼,ଟିଟିଲାଗଡ଼, ଉଦେପୁର, ବୈରାସର୍ ଇତ୍ୟାଦି ଆହୁରି ଅନେକ ସ୍ଥାନରେ କ୍ଲିନିକ୍ ଖୋଲି ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀଙ୍କ ଠାରୁ ସ୍ବାସ୍ଥ୍ୟ ସେବା ନାମରେ ହଜାର ହଜାର ଟଙ୍କା ଲୁଟୁ ଥିବା ଚର୍ଚ୍ଚା ହେଉଛି। କୁରସୁଡ଼ ରେ ଥିବା ଜଣେ ବଙ୍ଗାଳୀ ଡାକ୍ତର କ୍ଲିନିକ୍ ଖୋଲି ନିଜକୁ ଡାକ୍ତର ପରିଚୟ ଦେଇ ରକ୍ତ ପରୀକ୍ଷା ସହ ଔଷଧ ଦେଉଥିବା ଚର୍ଚ୍ଚା ଜୋର୍ ଧରିଛି । ସେହିଭଳି ଟିଟିଲାଗଡ଼ ନିକଟସ୍ଥ ଉଦେପୁର୍ ଗ୍ରାମରେ ତାପସ କୁମାର ବିଶ୍ୱାସ ,ୱେଷ୍ଟ ବେଙ୍ଗଲ ନଦୀଆ ଜିଲ୍ଲା,ରାମେଶ୍ବର ପୂର୍ ର ବାସିନ୍ଦା ନିଜକୁ ଡାକ୍ତର ର ପରିଚୟ ଦେଇ ଏହି ଗ୍ରାମରେ ୧୦/୧୨ବର୍ଷ ହେବ ରହି ରୋଗୀ ଙ୍କୁ ସଲାଇନ୍,ଇଞ୍ଜେକସନ ସହ ମେଲେରିଆ ଏବଂ ଉଚ୍ଚ ରକ୍ତ ଚାପ୍ ର ଔଷଧ ମଧ୍ୟ ଦେଉଥିବା ଚର୍ଚ୍ଚା ହେଉଛି।ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ,ପ୍ରଶାସନିକ ଅଧିକାରୀ ମାନେ ଏଭଳି ସଙ୍ଗୀନ ବିଷୟ ଉପରେ ଧ୍ୟାନ ଦେଲେ ଅନେକ ନିରକ୍ଷର,ନିରୀହ ରୋଗୀ ତଥା ଜନତା ଏପରି ଲୁଣ୍ଠନକାରି ଙ୍କ କବଳରୁ ମୁକ୍ତ ହେବେ ।ଜନ ସାଧାରଣ ସୁବିଧାରେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ସରକାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆୟୁଷ ଡାକ୍ତର ମାନଙ୍କୁ ନିଯୁକ୍ତି ଦେଇଥିବା ବେଳେ ଲୋକେ କାହିଁକି ଅସଲି ଡାକ୍ତର ପାଖକୁ ନ ଯାଇ ନକଲି ଡାକ୍ତର ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଏକ ପ୍ରଶ୍ନବାଚୀ । ତେବେ ଏଠି ପ୍ରଶ୍ନ ଉଠେ ସରକାର ଆୟୁଷ ଡାକ୍ତର ମାନଙ୍କୁ ନିଯୁକ୍ତି ଦେଲା ପରେ ସେହି ଡାକ୍ତର ମାନେ ସେହି ଅଞ୍ଚଳରେ ଠିକ୍ ସମୟରେ ରୋଗୀଙ୍କୁ ଦେଖୁଛନ୍ତି ନା ହସ୍ପିଟାଲ ଖୋଲୁ ନାହାନ୍ତି ଯଦ୍ୱାରା ରୋଗୀମାନେ ବାଧ୍ୟ ହୋଇ ନକଲି ଡାକ୍ତର ମାନଙ୍କ ଆଶ୍ରୟ ନେଉଛନ୍ତି ତଦନ୍ତ ସାପେକ୍ଷ


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like