-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2023
କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ା ଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସର୍ଗୀଗୁଡ଼ା ଗ୍ରାମ ଠାରେ ମାଆ କାଳୀ ବାଉଡି ଙ୍କ ପାଟ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏଠାରେ ପ୍ରତେକ ଗ୍ରାମ ର ଦେବା ଦେବୀ ମ।ନ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ ଫାଲଗୁନ ମାସରେ ମା କାଳୀ ବାଉଡି ନିଜ ନିଜ ଭକ୍ତ ମାନ ଙ୍କ ଘରକୁ ଯାଇ ତାଙ୍କ ଦୁଃଖ ଶୁଣି ସେମାନଙ୍କୁ ଏହି ପାଟ ଯାତ୍ରା କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥାଏ ।
ଚୈତ୍ର ମାସ ଶୁକ୍ଳପକ୍ଷ ବୁଧବାର ଦିନ ବୋବ୍ରିଆ ଗାଁ , ଦାବ୍ରି ଗୁଡା,ଭୁରସା ଗୁଡା ହଂସ ପଡା, ତାଲା ଗାଁ, ଠାରୁ ପ୍ରତେକ ଦେବା ଦେବୀ ଙ୍କ ଲାଠି, ପାଲିଙ୍କି ସହ ଏହି ପାଟ ଯାତ୍ରା କୁ ଆସି ଆନନ୍ଦ ସହିତ ନିଜ ନିଜ ପରିବାର ଲୋକଙ୍କୁ ନେଇ ଏହି ପାଟ ଯାତ୍ରା ରେ ଯୋଗଦାନ କରି ମା କାଳୀ ବାଉଡି ଙ୍କ ଠାରେ ଆସିଶ ଭିକ୍ଷା କରି ନିଜ ନିଜ ଦୁଃଖ ଜଣାଇ ଥାନ୍ତି ଓ ମା ଙ୍କ ଠାରେ ମନ କାମନା କଲେ ମନସ୍କାମନା ପୂରଣ ହେବା ସହ ସବୁ ଦୁଃଖ ଦୂର ଥାଏ ବୋଲି ଭକ୍ତ ମାନେ ବିଶ୍ୱାସ କରି ଥାନ୍ତି lଏଠାରେ ପୂଜାରୀ ବିଶ୍ବ ନାଥ ମାଝୀ ଓ ଦେବ ପୂଝାରୀ, ଋଷି ମାଝୀ , ନରେନ୍ଦ୍ର ନାୟକ, ଗଙ୍ଗାଧର ମାଝୀ ଓ ସମସ୍ତ ବନ୍ଧୁ ବାନ୍ଧବ ଏହି ପାଟ ଯାତ୍ରା କୁ ସାହାଯ୍ୟ ସହଯୋଗ କରି ଥିଲେ