-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ନକଲି ସାର୍ଟିଫିକେଟ ମାମଲା.... ୪ଦିନ ହେଲା ଗୋଲଗୋଲ ଘୁରୁଛି କ୍ରାଇମବ୍ରାଞ୍ଚ,ତଦନ୍ତ ବିପଥଗାମୀ ହେଉଥିବା ସନ୍ଦେହ

05-Apr-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀରର ନକଲି ସାର୍ଟିଫିକେଟ କାରବାରର ଚେର ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ଲମ୍ବିଥିବା ସନ୍ଦେହ କରାଯାଉଛି । ଯେହେତୁ ଏକ ବଡ ର‌୍ୟାକେଟ ଦ୍ୱାରା ଏହା ପରିଚାଳିତ ହେଉଛି ଓ ଅନେକ ଚାକିରିରେ ଏହି ନକଲି ସାଟିଫିକେଟ ବ୍ୟବହାର ହୋଇସାରିଛି । ତେଣୁ କିଛି ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଇଛି । ସେଥିପାଇଁ ରାଜ୍ୟସରକାର ଏହି ମାମଲାର ତଦନ୍ତ ଜ଼ିଲ୍ଲା ପୋଲିସ ଠାରୁ ନେଇ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଆସି ମାମଲାକୁ ତଦନ୍ତ କରୁଛନ୍ତି । କିନ୍ତୁ ୫ଦିନ ପୂର୍ବରୁ ପୋଲିସ ଯେତେ ପର୍ଯ୍ୟନ୍ତ ତଦନ୍ତ କରିଥିଲା ଆଜି ମଧ୍ୟ ସେହି ଅବସ୍ଥାରେ ରହିଛି । ଗତ ୫ ଦିନ ହେଲା ପୋଲିସ କେବଳ ଫର୍ମାଲିଟି ମେନଟେନ କରି ପୋଲିସ ଯେତେ ପର୍ଯ୍ୟନ୍ତ ତଦନ୍ତ କରିଥିଲା ସେହି ଭିତରେ ହିଁ ଗୋଲ ଗୋଲ ଘୁରୁଛି । ସେହି ପୋଷ୍ଟଅଫିସ, ରିଲାଏନ୍ସ କୋଚିଂ ସେଣ୍ଟର, ଥାନା ଓ ଅଭିଯୁକ୍ତ ମନୋଜ, ଆଲୋକରେ ତଦନ୍ତକୁ ସୀମିତ  ରଖିଛି । କ୍ରାଇମବ୍ରାଞ୍ଚକୁ ମାମଲା ଯିବା ପୂର୍ବରୁ ପୋଲିସ ରାଜ୍ୟବାହାରକୁ ଯାଇ ନକଲି ସାର୍ଟିଫିକେଟର ଲିଙ୍କ ଖୋଜିବାର ବ୍ୟବସ୍ଥା କରିଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ସେଦିଗକୁ ଯୁବାକୁ ଚିନ୍ତା ମଧ୍ୟ କରିନାହିଁ । ଗତକାଲି ମନୋଜ ମିଶ୍ର, ଅଲୋକ ଉଦଗାତା, ତ୍ରୀବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରୁ ଅନୁମତି ପାଇଛି । ଆଜି ଅପରାହ୍ନ ୪ଟାରେ ଅଭିଯୁକ୍ତମାନଙ୍କୁ ଜେଲରୁ କ୍ରାଇମବ୍ରାଞ୍ଚ ଆଣିବ ବୋଲି କୁହାଯାଉଛି । ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିଲେ ହେଁ ବଲାଙ୍ଗୀର ଗଣମାଧ୍ୟମକୁ କିଛି ମଧ୍ୟ ସୂଚନା ଦିଆଯାଉ ନାହିଁ । ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତଦନ୍ତର ଗତିକୁ ନେଇ ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି । ଯେହେତୁ ଗତ ୪ଦିନ ହେଲା କେବଳ କିଛି ଅଂଶକୁ ନେଇ ତଦନ୍ତ କରୁଥିବା ଆଳରେ ଦିନ ଗଡାଇ ଚାଲିଛନ୍ତି । ଆଜି କ୍ରାଇମବ୍ରାଞ୍ଚ ଟିମ ଦିନ ୧୧ଟା ବେଳେ ବଲାଙ୍ଗୀର ମୁଖ୍ୟ ଡାକଘରକୁ ଯାଇ ଡାକ ଡିଭିଜନର ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ସହିତ ଜାଲ ନଥିପତ୍ର ଦେଇ କିଭଳି ଚାକିରି ହାତେଇଥାନ୍ତେ ସେ ବିଷୟରେ ଆଲୋଚନା କରିଥିଲେ । ଆଜି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ସାରିଲା ପରେ ନକଲି ସାର୍ଟିଫିକେଟ କିଣିଥିବା ଯୁବକମାନଙ୍କ ସହିତ ମୁହାଁମୁହିଁ କରାଇ ତଦନ୍ତ କରିପାରନ୍ତି ବୋଲି କୁହାଯାଉଛି । ନକଲି ସାର୍ଟିଫିକେଟର କ୍ରେତା ଓ ବିକ୍ରେତା ଉଭୟ ମୁହାଁମୁହିଁ ହେଲେ ଅନେକ ରହସ୍ୟ ଫିଟିବ ବୋଲି କୁହାଯାଉଛି । 
   କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଏସଡିଜେଏମ କୋର୍ଟରେ  ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହିତ ଆଉ ଦୁଇଜଣ ସାର୍ଟିଫିକେଟଧାରୀ ତ୍ରୀବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲେ । ଅଧିକ ତଦନ୍ତ ପାଇଁ ଏହି ଚାରିଜଣଙ୍କୁ ୫ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲେ ହେଁ କୋର୍ଟ ମାତ୍ର ୩ଦିନିଆଁ ରିମାଣ୍ଡ ପାଇଁ ଅନୁମୋଦନ କରିଛନ୍ତି । ମାନ୍ୟବର କୋର୍ଟଙ୍କ ଅନୁମତି ପରେ ଆସନ୍ତାକାଲି ୪ଜଣଙ୍କୁ ରିମାଣ୍ଡରେ ଆଣି ତଦନ୍ତକୁ ବଢାଇବ । ଅଭିଯୁକ୍ତ ମନୋଜ ମିଶ୍ର, ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କ ଘରକୁ ମଧ୍ୟ ସର୍ଚ୍ଚ କରାଯାଇଛି । ଏମାନଙ୍କ କଳାକାରନାମା ତଥା ବେଆଇନ ଆର୍ଥିକ କାରବାରରେ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରାଯାଉଛି । ଏହା ସହିତ ଏମାନଙ୍କ ଘନିଷ୍ଠ କିଛି ପରିବାର ବର୍ଗଙ୍କୁ ତଦନ୍ତ ପାଇଁ ନୋଟିସ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରକାଶ୍ୟ ଯେ, ପୋଷ୍ଟାଲ ନିଯୁକ୍ତିରେ ଜାଲସାର୍ଟିଫିକେଟ ଦେଇ ୩୭ଜଣ ପ୍ରାର୍ଥୀ ଆବେଦନ କରିଥିବା ନେଇ ଗତ ମାର୍ଚ୍ଚ ୨୪ ତାରିଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମାମଲା ନମ୍ବର ୧୪୧/୨୦୨୩ ଦଫା ୪୬୭/୪୬୮/୪୭୧/୩୪ ଆଇପିସି ଓ ମାର୍ଚ୍ଚ ୨୬ରେ ମାମଲା ନମ୍ବର-୧୪୩/୨୦୨୩ ଦଫା ୪୨୦/ ୪୬୫/ ୪୬୭/ ୪୬୮/ ୪୭୧/ ୩୪ ଆଇପିସିରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ତଦନ୍ତ କରିବାକୁ ରାଜ୍ୟସରକାର କ୍ରାଇମବ୍ରାଞ୍ଚକୁ ଦାୟୀତ୍ୱ ଦେଲେ । ଫଳରେ କ୍ରାଇମବ୍ରାଞ୍‌ଚ ଥାନା କେସ ନମ୍ବର-୫/୨୦୨୩ ଓ କେସ ନମ୍ବର-୬/୨୦୨୩ ରୁଜୁ କରି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି । ବଲାଙ୍ଗୀର ପୋଲିସ ଏହି ମାମଲାରେ ମୋଟ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର କଳାଧନରେ ଅନେକଗୁଡିଏ ପ୍ଲଟ, ସୁନା ଇତ୍ୟାଦି କିଣିଥିବା ବିଷୟରେ ତଦନ୍ତକାରୀ ସଂସ୍ଥା ସୂଚନା ପାଇଛି । ସେହି ସବୁ ସମ୍ପତ୍ତି ଆଟାଚ କରାଯାଇପାରେ ବୋଲି ଆଲୋଚନା ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like