-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||     

HOME   ଜିଲ୍ଲା

‘ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ 

05-Apr-2023



ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’  ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବାରୁ ଆଜି ‘ଡେଲିଭରୀ ବୟ’ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଦେବା ସହ ଓଡିଆ ଚଳଚ୍ଚିତ୍ରର ପ୍ରସାର ପାଇଁ ଏଭଳି ସାଧୁ ଉଦ୍ୟମ ର ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଏଭଳି ଉଦ୍ୟମ ଫଳରେ ମୋୖଳିକ କାହାଣୀକୁ ନେଇ ପ୍ରଯୋଜକମାନେ ଆଗେଇ ଆସିବେ ଓ ଅଧିକରୁ ଅଧିକ ଦର୍ଶକ ଓଡିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇଵେ ବୋଲି ‘ଡେଲିଭରୀ ବୟ’ ଟିମ୍ ତରଫରୁ ମତ ପ୍ରକାଶ ପାଇଥିଲା। ଏହି ସମ୍ମିଳନୀରେ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶକ୍ତି ବରାଳ, ସୁଶାନ୍ତ ଦାସ ମହାପାତ୍ର, ଅଭିନେତ୍ରୀ ପ୍ରିୟମ୍ବଦା କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ,ପବ୍ଲିସିଟି ମୁଖ୍ୟ ଗୁଡ୍ଡୁ , ବିତରକ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିବା କଳାକାରମାନେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ।
ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି ସହ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ । ଏହା ଛଡା ଓଡିଆ ଚଳଚ୍ଚିତ୍ର ଜଗତ ବିକାଶ ଦିଗରେ ଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହିପରି ପଦକ୍ଷେପ ଆମ ପରି କଳାକାର ମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ‘ଡେଲିଭରୀ ବୟ’ ର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଥିଲେ | 
ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟ ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ   ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ। ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷ କରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କଉପରେ ସକରାତ୍ମକ ପ୍ରଭାବ ପଡିବାର ଆଶା ରହିଛି । ଚଳଚ୍ଚିତ୍ର ଡେଲିଭରୀ ବୟ ଏପ୍ରିଲ୍‌ ୭ ରେ ସାରା ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026

You Might Also Like