-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
08-Mar-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ମିଶନ ଶକ୍ତି ସଭାଗୃହ ଠାରେ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା
ନେହେରୁ ଯୁବ କେନ୍ଦ୍ର ଓ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ
ମୁଖ୍ୟ ଅତିଥି ସମାଜସେବୀ ମୀନକେତନ ମହାକୁର, ଜିପିଆଲାଫ ସଭାପତି ସୁଜାତା ଭୋଇ, ମମତା ସାହୁ, ବ୍ୟାଙ୍କ ମିତ୍ର ଜୟନ୍ତୀ ମିଶ୍ର,ବଡଖମାର ଗାଁ କଲ୍ୟାଣ ସମିତି ର ଅବାହିକା ମଞ୍ଜୁତା ତରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମହିଳା ମାନଙ୍କ ଅଧିକାର ଓ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେବା ପ୍ରଭୁତି ଆଲୋଚନା କରାଯାଇଥିଲା l
ପ୍ରଥମେ ମହାତ୍ମା ଗାନ୍ଧୀ ଙ୍କ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ନେହେରୁ ଯୁବକେନ୍ଦ୍ର ପ୍ରତିନିଧି ଆଶିଷ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଲାଲାବାହୁଦୁର ଯୁବକ ସଂଘ ସମ୍ପାଦକ ଗଦାଧର ବାଦି ସଭା ପରିଚାଳନା କରିଥିବା ବେଳେ ବିନୋଦିନୀ କର୍ମୀ ଧନ୍ୟବାଦ ଅର୍ପଣ ଦେଇଥିଲେ। ପ୍ରିୟଙ୍କା ବେହେରା,ରଶ୍ଚିତା ପଧାନ, ସସ୍ମିତା ପଧାନ,ସି ଆର ପି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l