-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
08-Mar-2023
ବଲାଙ୍ଗିର: ରଙ୍ଗ ଖେଳକୁ ନେଇ ଯୁକ୍ତିତର୍କ ଓ ଆକ୍ରମଣ , ଆଜି ଏପରି କିଛି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ଶଙ୍କରଭୁଜି ଗାଁ ରେ l ଆଜି ହୋଲି ଖେଳରେ ରଙ୍ଗ ମଖାଇବାକୁ କେନ୍ଦ୍ର କରି ଗାଁ ର ଘନଶ୍ୟାମ ମଲ୍ଲିକ (୪୬) ଓ ଆକାଶ ରଣା ଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲl l ପରେ ଉତକ୍ଷୀପ୍ତ ହୋଇ ଆକାଶ ରଣା ଏକ ଠେଙ୍ଗାରେ ଘନଶ୍ୟାମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା l ଏହି ଆକ୍ରମଣରେ ଘନଶ୍ୟାମ ର ମୁଣ୍ଡରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ଘନଶ୍ୟାମ ଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି l ଏ ସଂକ୍ରାନ୍ତ ରେ ଘନଶ୍ୟାମ ଙ୍କ ପରିବାର ପକ୍ଷରୁ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି l