-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
22-Feb-2023
ବଲାଙ୍ଗିର(ପ୍ରେରଣା ଖବର): ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ପକ୍ଷରୁ ପୁରାତନ ପେନସନ ଦାବି । ରେଲୱେ ଶ୍ରମିକ ୟୁନିଅନ ବଲାଙ୍ଗିର ଶାଖା ତରଫରୁ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ ଗତ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ଏଥିରେ ହଜାର ହଜାର ରେଳବାଇ କର୍ମଚାରୀ ନିଜର ହସ୍ତାକ୍ଷର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ବଲାଙ୍ଗିର ଶାଖାର ସଭାପତି ଙ୍କ ନେତୃତ୍ବରେ ମଧୁ ସାହୁ ଓ ସମ୍ପାଦକ ମହେଶ୍ୱର ନାଏକ , ଲବ ଶ୍ୱଇଏକ ଦଳ ସ୍ମାରକପତ୍ର ପ୍ରଦାନ କରିଥିଲା। ଏଥିରେ ହରିବନ୍ଧୁ ହାତୀ, ମିନାକ୍ଷୀ ସାଗର ପ୍ରେମ ଭୂଷଣ ଓ ପ୍ରକାଶ ରାଓ ଅନ୍ୟମାନେ ଉପସ୍ଥିତ ଥିଲେ ।