-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
କେସିଙ୍ଗା, (ସଞ୍ଜୀବ ଦାସ)- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଲଇତରା ଗ୍ରାମପଞ୍ଚାୟତ ର ରାମ ଭୋଇ, ତାଙ୍କ ପିତା ଓ ମାମୁ ଏକ CT 100 OD08-4627ନମ୍ବର ମୋଟର ସାଇକେଲ ରେ ଚଢି ତିନି ଜଣ ନିଜ ଘର ଲଇତରାକୁ ଫେରୁଥିବା ସମୟରେ ସ୍ଥାନୀୟ ରିଲାଇନ୍ସ ପେଟ୍ରୋଲ ପମ୍ପ ପାଖରେ ସନ୍ଧ୍ୟା ସମୟରେ ରାମ ଭୋଇ (25)ଙ୍କ ପିତା ଡେଙ୍ଗା ଭୋଇ (52)ଓ ତାଙ୍କ ମାମୁ ଗାଡି ନୁମ୍ବର OR15J-4671 ଥିବା ଧାନ ବୋଝେଇ ଟ୍ରକ ଚାପରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଥିବା ରାମ ଭୋଇଙ୍କୁ କେସିଙ୍ଗା ମେଡ଼ିକାଲ ରେ ଭର୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟାଇ ଥିବା ଧାନ ବୋଝେଇ ଟ୍ରକ ଛାଡି ଡ୍ରାଇଭର ଫେରାର ମାରିଛି । ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଁଛି ମୃତକଙ୍କ ପରିଚୟ ଖୋଜିବା ସହ ତଦନ୍ତ କରୁଛି