-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
12-Feb-2023
ବଲାଙ୍ଗୀର(ପ୍ରେରଣା ଖବର) - ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର (ଆଦିବାସୀ ଓ ହରିଜନ ବିଭାଗ) ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଲ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମୁଖ୍ୟବକ୍ତା ପ୍ରଫେସର ନବ କୁମାର
ମିଶ୍ର, ସମ୍ମାନିତ ଅତିଥି ଅଧ୍ୟକ୍ଷ କଣ୍ଟାବାଞ୍ଜି କଲେଜ ସତ୍ୟବ୍ରତ ମିଶ୍ର, ଅଧ୍ୟକ୍ଷା ସୁଜାତା ମିଶ୍ର, ପ୍ରଧାନ ଶିକ୍ଷକ କୁଶଳେଶ୍ୱର ମିଶ୍ର, ସମାଜସେବୀ ଲୋକନାଥ କୁମୁରା, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ନନ୍ଦ , ଭୁଣ୍ଡିମୁହାଣ ସରପଞ୍ଚ ଶ୍ରୀୟା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଶ୍ରୀ ମିଶ୍ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଏହି ବିଦ୍ୟାଳୟ କୁ ଉନ୍ନିତ କରି ବିଜ୍ଞାନ ବିଭାଗ ଖୋଳିବା ଦ୍ୱାରା ଏ ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ ପାଠ ପଢାରେ ଉନ୍ନତି ଦେଖି ବହୁତ ଖୁସିବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ସୁଜାତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲା, ସୁନିତା ନାଏକ ମଞ୍ଚ ପରିଚାଳନା, ପୁରସ୍କାର ବିତରଣୀ କାର୍ଯ୍ୟ ଦିପ୍ତିମୟୀ ରଥ ଏବଂ ସାଗରିକା ମିଶ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଆର୍ତ୍ତତ୍ରାଣ ଗର୍ଡିଆ, କିଶୋର କୁମ୍ଭାର ଏବଂ ପ୍ରିୟଙ୍କା ପ୍ରିୟଙ୍କା ପରିଦର୍ଶନୀ ପଣ୍ଡା ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମୁଖ୍ୟ ଅତିଥି ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ଯଶୋବନ୍ତ ନାରାୟଣ ମିଶ୍ର ଅଧ୍ୟାପକ କଣ୍ଟାବାଞ୍ଜି, ସଂଗଠକ
ରାମପ୍ରସଦ ମିଶ୍ର, ଶୁରୁ ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୬ ଗୋଟି ଦଳ ଯଥା ଓଡିଶି, ଦେଶଭକ୍ତି, କୋସଲି, ହିନ୍ଦି, ପଞ୍ଜାବି, ତେଲଗୁ ଉପରେ ନୃତ୍ୟ ପରିବେଷଣ କରିଥିଲେ । ଅକ୍ଷୟ ଘିଭେଲା , ଶୁଶିଲ ବେହେରା, ଲବ ବାରିକ, ସାମାଜିକ କର୍ମୀ ଜୟକୃଷ୍ଣ ମିଶ୍ର ଯୋଗ ଦେଇ ସହଯୋଗ କରିଥିଲେ । ଦିପ୍ତିମୟୀ ରଥ ଧନ୍ୟବାଦ ଜ୍ଞାପନ କରିଥିଲେ |