-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Dec-2020
ବଲାଙ୍ଗୀର,(ପ୍ରେରଣା ଖବର) :ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ପୁଇଁତଳା-ବିଷ୍ଣମୁଣ୍ଡା ରାସ୍ତାରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଡକାୟତି ହେଇଥିବା ଅଭିଯୋଗ ହୋଇଛି । ଡକାୟତିର ଶୀକାର ବ୍ୟବସାୟୀ ଜଣକ ବଲାଙ୍ଗିର ସହରର ଆଶିଷ ଚୌଧୁରୀ । ଗତ ରାତିରେ ତାଙ୍କ ଚକଲେଟ୍ ବିସ୍କୁଟ୍ ହୋଲସେଲିଂ ଗୋଦାମରେ ଥିବା ବେଳେ ଏକ କାଳୀନ ୮ ରୁ ୧୦ ଜଣ ଡକାୟତ ପହଞ୍ଚି ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଚୌଧୁରୀ ପୁଇଁତଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଇଁତଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଇଁତଳା ଥାନା ଅଧିକାରୀ ଓ ସଦର ଏସ.ଡି.ପି.ଓ. ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି।