-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବଡ଼ମ୍ବା ବନ ବିଭାଗ ହେପାଜତରେ ମୃତ୍ୟୁ ଘଟଣା, ଆଉ ୨ ଡାକ୍ତରଖାନାରେ ଭର୍ତ୍ତି

08-Feb-2023



ବଡ଼ମ୍ବା ବନ ବିଭାଗ ହେପାଜତରେ ଅଟକ ଥିବା ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଅଘଟଣ ସାରା ଆଠଗଡ଼ ଉପଖଣ୍ଡରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଏହି ମାମଲା ପୁଣି ନୂଆ ମୋଡ଼ ନେଇଛି। ଧନେଶ୍ୱରଙ୍କ ମୃତ୍ୟୁ ପରେ ଗତକାଲି ବିଭାଗ ପକ୍ଷରୁ ଛାଡ଼ି ଦିଆଯାଇଥିବା ଅନ୍ୟ ୩ ଅଟକ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି ।

ଉଭୟଙ୍କୁ ଆଜି ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ, ଉଭୟ ପରିବାର ପକ୍ଷରୁ ବନ ବିଭାଗ ବିରୋଧରେ ଥାନାରେ ପୃଥକ୍‌ ଏତଲା ମଧ୍ୟ ଦିଆଯାଇଛି । ଯେଉଁଥିରେ ବିଭାଗର ଅଧିକାରୀ, କର୍ମଚାରୀମାନେ ମିଶି ଉଭୟଙ୍କୁ ଅଟକ ରଖି ପଶୁ ଭଳି ନିର୍ମମ ନିର୍ଯାତନା ଦେଇଥିବା ଦର୍ଶାଯାଇଛି ।

ହାତୀ ଶିକାର ଓ ଦାନ୍ତ କାଟିନେବା ସନ୍ଦେହରେ ବନ ବିଭାଗ ୪ ଜଣଙ୍କୁ ଅଟକ ରଖିଥିଲେ । ବିଭାଗ ହେପାଜତରେ ଥିବା ଧନେଶ୍ୱର ବେହେରାଙ୍କ ମୃତ୍ୟୁ ପରେ ପରେ ତିନି ଜଣଙ୍କୁ କାଲି ଛାଡ଼ି ଦିଆଯାଇଥିଲା । ତିନି ଜଣ ହେଲେ ବଡ଼ମ୍ବା ବ୍ଲକ ବଡ଼ବାରସିଂହ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ରାଜକିଶୋର ପ୍ରଧାନ(୬୧), ସାନବାରସିଂହ ପଞ୍ଚାୟତ ସୋରୁଆଁ ଗ୍ରାମର ବିରଞ୍ଚି ଜାନି ଏବଂ ଗୋପପୁର ଗ୍ରାମର ରାଜୀବ ସ୍ୱାଇଁ । ଏମାନଙ୍କୁ ବନ ବିଭାଗ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ତିନି ଜଣଙ୍କ ମଧ୍ୟରୁ ରାଜୀବ ଏବେ ଘରେ ଶଯ୍ୟାଶାୟୀ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ତେବେ ରାଜକିଶୋର ଏବଂ ବିରଞ୍ଚିଙ୍କ ଅବସ୍ଥା ଆଜି ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ଲାଗି ବଡ଼ମ୍ବା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

ବିରଞ୍ଚିଙ୍କଠାରେ ଅକ୍ସିଜେନ୍‌ ଲାଗିଥିବା ବେଳେ ରାଜକିଶୋରଙ୍କ ପଞ୍ଜରା ହାଡ଼ରେ ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଅଧିକ ଚିକିତ୍ସା ଲାଗି କଟକ ଯିବାକୁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି । ଉଭୟ ବନ କର୍ମଚାରୀଙ୍କ ପ୍ରବଳ ମାଡ଼ରେ ଲହୁଲୁହାଣ ହୋଇଥିବା ସେମାନଙ୍କ ପରିବାର ଲୋକେ କହିଛନ୍ତି । ସେମାନଙ୍କ ଛାତି, ଗୋଡ଼, ହାତ, ପିଠି, ପେଟ ଆଦି ଶରୀରର ଅନେକ ସ୍ଥାନରେ ମାଡ଼ ଦାଗ ରହିଛି । ସେମାନଙ୍କୁ ପଶୁ ଭଳି ଅତ୍ୟାଚାର କରାଯାଇଥିଲା ବୋଲି ଉଭୟଙ୍କ ପରିବାର ଲୋକେ ପୁଲିସ ଓ ଗଣମାଧ୍ୟମକୁ କହିଛନ୍ତି । ଆଜି ଉଭୟ ରାଜକିଶୋର ଏବଂ ବିରଞ୍ଚିଙ୍କ ପରିବାର ପକ୍ଷରୁ ଦୁଇଟି ପୃଥକ୍‌ ଅଭିଯୋଗ ବଡ଼ମ୍ବା ଥାନାରେ କରାଯାଇଛି । ରାଜକିଶୋରଙ୍କ ପକ୍ଷରୁ ତାଙ୍କ ପୁଅ କୃଷ୍ଣ ଓ ବିରଂଚି ନିଜେ ଏତଲା ଦାଏର୍‌ କରିଛନ୍ତି । 

ପଚରାଉଚରା ଆଳରେ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଡାକିନେଇ ଅଟକ ରଖିଥିଲେ । ମଦ୍ୟ ପାନ କରିଥିବା ଅବସ୍ଥାରେ ସେମାନଙ୍କ ଉପରେ ଠେଙ୍ଗା ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ, ଜୋତାରେ ଗୋଇଠା ମାରିବା ସହ ସେମାନଙ୍କ ଉପରେ ଚଢ଼ି ଯାଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ଧନେଶ୍ୱରଙ୍କୁ ଅମାନୁଷିକ ମାଡ଼ ମରାଯାଇ ଜୀବନରେ ମାରି ଦିଆଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଚିକିତ୍ସିତ ହେଉଥିବା ରାଜକିଶୋର ଓ ବିରଞ୍ଚିଙ୍କ ଶରୀରକୁ ଦେଖିଲେ ଧନେଶ୍ୱରଙ୍କ ପରିବାରର ଅଭିଯୋଗ ଯେ ସତ ତାହା ସ୍ପଷ୍ଟ ଜଣାପଡୁଛି । ତେବେ ଧନେଶ୍ୱରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଅପରପକ୍ଷରେ, ଆଠଗଡ଼ ଡାକ୍ତରଖାନାରେ ଧନେଶ୍ୱରଙ୍କ ଶବ ବ୍ୟବଚ୍ଛେଦ ହେବା ପରେ କଡ଼ା ପୁଲିସ ସୁରକ୍ଷା ବଳୟରେ ସୋମବାର ସନ୍ଧ୍ୟାରେ ତାଙ୍କ ଗ୍ରାମ ସାତଗୋଛିଆରେ ଅନ୍ତିମ ସଂସ୍କାର କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଜି ବି ଉତ୍ତେଜନା ଲାଗି ରହିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like