-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
08-Feb-2023
ବଲାଙ୍ଗୀର-୦୮/୨- ବଲାଙ୍ଗିର ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷ ଠାରେ ଜୁନିୟର ରେଡକ୍ରସର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କର ସଭାପତିତ୍ୱ କାର୍ଯ୍ୟକ୍ରମରେ ଅତିଥି ଭାବରେ ଏଡିଇଓ କେଶବ ମେହେର, ଜୁନିୟର ରେଡକ୍ରସର ସଂପାଦକ ଅନ୍ତର୍ଯ୍ୟାମି ବିଶ୍ୱାଲ, ଜୁରିୟର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ, ଛତାମଖନା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଳମଣି ପ୍ରଧାନ, ଆଟଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲିପ ଯୋଷୀ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ଜୁନିୟର ରେଡକ୍ରସର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଆଟଗାଁ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ଜୁନିୟର ରେଡକ୍ରସ କାଉନସିଲର ଟ୍ରେନିଂ କ୍ୟାମ୍ପ ହେବ ବୋଲି ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ବୃକ୍ଷ ରୋପଣ, ଶଡକ ସୁରକ୍ଷା ସଚେତନତା, ପ୍ରାଥମିକ ଚିକିତ୍ସା, ସ୍ୱାସ୍ଥ୍ୟସେବା, ବାଲ୍ୟବିବାହ ବନ୍ଦ କରିବା ଓ ନିଶାନିବାରଣ ତଥା ରକ୍ତଦାନ ଉପରେ ଜୁନିୟର ରେଡକ୍ରସ ର ସମସ୍ତ ସଦସ୍ୟ ମିଳିମିଶି କାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ, ଘନଶ୍ୟାମ ମେହେର, ସୁଜାତା ଯାଦବ,ଅଂଶୁପା ଭୋଇ, ରଞ୍ଜିତା ମିଶ୍ର, ରଶ୍ମିରାଣୀ ଦାଶ, ଶରତ କୁମାର ମେହେର, ରବିନ୍ଦ୍ର ଠେଟୁଆଲ, ରଂଜିତ ମିଶ୍ର, ହେମନ୍ତ ବେମାଲ, ରାଜେନ୍ଦ୍ର ଦୋରା, ବନମାଲି ସ୍ୱାଇଁ, ଚିତ୍ତ ରଂଜନ ପଣ୍ଡା, ଆଶିଷ ଦେବ ସାହା , ଆନନ୍ଦ କୁମାର ସାହୁ ତଥା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ହାଇସ୍କୁଲର କାଉନସିଲର ବିକାଶ ସାହୁ ପରିଚାଳନା କରିଥିବା ବେଳେ କୁରୁଲ ହୋଇସ୍କୁଲର କାଉନସିଲର ଦିଗାମ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।