-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
07-Feb-2023
ବଲାଙ୍ଗୀର- ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଉଟଡୋର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ ଜଣ ବରିଷ୍ଠ ନାଗରିକ ମଂଚର ସଭ୍ୟ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ଏଣୁ ମେଡିକାଲ କଲେଜ ର ସୁପରିନ୍ଟେଣ୍ଡଣ୍ଟ ଭାଗନେଇଥିବା ବେଳେ ଡକ୍ଟର ଓ ପାରା ମେଡିକାଲ ଷ୍ଟାଫ୍ମାନଙ୍କ ସହଯୋଗ ଯୋଗୁଁ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ମଂଚର କର୍ମକର୍ତ୍ତା ଯେଉଁମାନଙ୍କ ପ୍ରଚେଷ୍ଠାରେ ଏହା ସାକାର ହୋଇଛି ତାଙ୍କ ଧନ୍ୟବାଦ ଦେଇ କ୍ୟାମ୍ପ ର ସମାପ୍ତି ହୋଇଥିଲା । ଏହି ସ୍ୱାସ୍ଥ୍ୟ ପରିକ୍ଷା ନିମନ୍ତେ ପ୍ରଭାକର ମିଶ୍ର ସଭାପତି, ମନୋରଂଜନ ମିଶ୍ର ସାଧାରଣ ସଂପାଦକ, ନରେନ୍ଦ୍ର କବାଟ କୋଷାଧ୍ୟକ୍ଷ, ବିନୟ କୁମାର ମିଶ୍ର ସଂଗଠନ ସମ୍ପାଦକ, ସୁନିଲ ବିଶ୍ୱାଳ, ଅତିରିକ୍ତ ସାଧାରଣ ସମ୍ପାଦକ, ଡ. ପ୍ରମୋଦ ମିଶ୍ର ଉପଦେଷ୍ଟା ପରିଶ୍ରମ କରି ସାକାର କରିଥିଲେ ।