-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Dec-2020
(ପ୍ରେରଣା ଖବର) ଭୁବନେଶ୍ବର : ଏଣିକି ବାଇକ, ସ୍କୁଟର ଆଦି ଦୁଇଚକିଆ ଯାନର ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ, ଗାଡ଼ି ଚଳାଉଥିବା ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଟ୍ବିଟ୍ କରି ଏପରି ଚେତାବନୀ ଶୁଣାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) । ଏସଟିଏ ପକ୍ଷରୁ କରାଯାଇଥିବା ଟ୍ବିଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୟାକରି ହେଲମେଟ ପିନ୍ଧନ୍ତୁ ଓ ନିଜ ଜୀବନ ବଞ୍ଚାଇବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ।