-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଠିକା ସଫେଇ କର୍ମଚାରୀ ଙ୍କୁ ଆଜି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଓ ସମସ୍ତ କାଉନସିଲର ଘାସି ଜାତିକୁ ଆକ୍ଷେପ କରିବା ସହ ଦୁର୍ବ୍ୟବହାର ଓ ଅସମ୍ମାନ ପ୍ରଦର୍ଶନ କରି କାର୍ଯ୍ୟରୁ ବିଦା କରି ଦେଇ ଦେଇଛନ୍ତି l ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଅଫିସ କୁ ଘେରାଉ କରିଥିଲେ ଶତାଧିକ ଠିକା କର୍ମଚାରୀ ଓ ଜ଼ିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ଦୀର୍ଘ ୧୪ ବର୍ଷ ହେବ ଠିକା ଏଜେନ୍ସି ଅଧୀନରେ କାର୍ଯ୍ୟ କରିଆସୁଥିବା ଠିକା ସଫେଇ କର୍ମଚାରୀ ମାନେ ସହର ରେ ସଫେଇ କାର୍ଯ୍ୟ ରେ ବ୍ୟବହୃତ ପର୍ଯ୍ୟାପ୍ତ ପରିମାଣ ରେ କୁଡି, କୁରାଢ଼ୀ, ଡାଲା, ଷ୍ଟ୍ରେଚର, ରଫା ସମସ୍ତ ଜିନିଷ ସମେତ ଇଏସଆଇ, ଇପିଏଫ ପାଉଣା ଯୋଗାଇ ଦେବାକୁ ଓ ନିଜ ହକ ଥିବା ନୀତି ଦିନିଆଁ କାର୍ଯ୍ୟ ରେ ନିୟୋଜିତ କରିବାକୁ ଜ଼ିଲ୍ଲାପାଳ ଙ୍କୁ ଗୁହାରି କରିଥିବା ଜଣାଯାଇଛି l କେବଳ ଯେ
ସଫେଇ କର୍ମଚାରୀ ନୁହେଁ, ପୂର୍ବ ରୁ ଦୁଇ ଦୁଇ ଟା କ୍ୟାବେନେଟ ମନ୍ତ୍ରୀ ରହି ଆସିଥିବା ଜ଼ିଲ୍ଲାର ଏହି ସଦର ମହକୁମା ର ପୌର ପରିଷଦ ର ମନମାନି ଓ ଦୀର୍ଘ ବର୍ଷ ରୁ ଦେଖାଦେଇଥିବା ବିଭାଗ କାର୍ଯ୍ୟ ମନ୍ଥରତା, ଅପାରଗତା ଓ ସ୍ଥାଣୁତାକୁ ସହର ବାସୀ ସମାଲୋଚନା କରିଛନ୍ତି l ପ୍ରକାଶ ଥାଉ କି ଯେ ଗତ କାଲି ଠାରୁ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଭୟରେ ପୌର ଅଧିକାରୀ କଡା ପୋଲିସ ସୁରକ୍ଷା ରେ ଅଫିସ କାର୍ଯ୍ୟ ତୁଲାଇଥିବା ଦେଖିବାକୁ ମିଳିଥିଲା l ପୂର୍ବ ରୁ ବିଭିନ୍ନ ଜ଼ିଲ୍ଲା ରେ କର୍ମଚାରୀ ଙ୍କୁ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ଙ୍କ କଟୁ କଥା, ଦୁର୍ବ୍ୟବହାର ପ୍ରଦର୍ଶନ ଓ କଠୋର ନିଷ୍ପତ୍ତି ପାଇଁ କର୍ମଚାରୀ ଙ୍କ ଆକ୍ରୋଶ ର ଶିକାର ଏପରିକି ଜଣେ ନେତା ନିକଟରେ ଗୁଳି ମାଡ ର ଶିକାର ମଧ୍ୟ ହୋଇ ଥିବାର ନଜିର ରହିଆସିଛି l