-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
01-Feb-2023
ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲା ପାଣି ପଞ୍ଚାୟତ କାର୍ଯାଳୟ ଠାରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଆଜିର ଏହି ସଭାରେ ମାନନୀୟ ବୌଦ୍ଧ ବିଧାୟକ ତଥା ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ, ପାନୀୟଜଳ, ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଶା ସରକାର ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ। ମାନନୀୟ ମନ୍ତ୍ରୀ ମହୋଦୟ ତାଙ୍କର ବକ୍ତବ୍ଯ ପ୍ରଦାନ କରି ବୌଦ୍ଧ ଜିଲ୍ଲାରେ ହଗଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଜଳ ପ୍ରକଳ୍ପ ବିଷୟ ଆଲୋଚନା କରି ସରକାରଙ୍କ ଜନ ହିତୈଷୀ କାର୍ଯ୍ୟକ୍ରମ ବିଷୟ ଉଲ୍ଲେଖ କରିଥିଲେ। ବିଶେଷ କରି ସାଲୁଙ୍କି ପ୍ରକଳ୍ପ କିପରି ୧୦୦୦୦ ରୁ ୨୧୦୦୦ ହେକ୍ଟର ଅଞ୍ଚଳକୁ ଜଳସେଚିତ କରିପାରିଚି ସେ ବିଷୟ ଉପସ୍ଥିତ କ୍ରୁଷକ ବନ୍ଧୁ ମାନଙ୍କୁ ଅବଗତ କରାଇଥିଲେ। ତା ଛଡା ବୌଦ୍ଧ ବ୍ଲକର ପତୀଘାଟ ଓ କଣ୍ଟାମାଳ ବ୍ଲକର
ଖଡଂଗ୍ ପ୍ରକଳ୍ପ ର ଉପକାରୀତା ତଥା ଭବିଷ୍ଯତରେ ଜଳସେଚନ କିପରି ସମସ୍ତ ଜିଲ୍ଲା କୃଷକ ମାନଂକୁ ଉପଲବ୍ଧ ହୋଇ ପାରିବ ସେ ବିଷୟରେ ସରକାରୀ ଯୋଜନାର ବିସ୍ତୃତ ଚର୍ଚ୍ଚା କରିଥିଲେ। ଏହି ସଭାକୁ ଜିଲ୍ଲା ପାଣି ପଞ୍ଚାୟତ ସଭାପତି ପୟୋଧର ମହାକୁଡ଼ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ରୂପେ ବୌଦ୍ଧ ଜିଲ୍ଲା ସମବାୟ ସମିତିର ଅଧ୍ୟକ୍ଷ ଅରୁଣ ପ୍ରଧାନ, ପି ଡି, ଡି ଆର୍ ଡି ଏ ଅଶ୍ୱିନୀ ମେହେର କାର୍ୟ୍ଯକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସିଟ ଯୋଗ ଦେଇଥିଲେ। ପରେ ବିଭିନ୍ନ କୃତୀ ଛାତ୍ରଛାତ୍ରୀ ମାନଂକୁ ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ଥିଲା।