-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
01-Feb-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଭିଜିଲାନ୍ସ ହାତରେ ଧରାପଡିଲେ ଲେବ୍ରୋ ଟାରୀ ଟେକନିସିଆନ l ସୁବର୍ଣ୍ଣପୁର ଜିଲ୍ଲା ତରଭା ଡାକ୍ତରଖାନା ର ସିନିଅର ଲେବ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ଆଜି ନଅ ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ଏହି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି l ତରଭା ବ୍ଲକ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ରକ୍ତ ପରୀକ୍ଷା ସହ ଅନ୍ୟାନ୍ୟ ପରୀକ୍ଷା ପାଇଁ ଲେବ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ନଅ ହଜାର ଲାଞ୍ଚ ମାଗିଥିଲେ l ତେବେ ଏନେଇ ମୁକୁନ୍ଦ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ l ଯୋଜନା ମୁତାବକ ଆଜି ଅକ୍ଷୟ ହସ୍ପିଟାଲରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିନେଇଛି l ଅକ୍ଷୟଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି l