-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
31-Jan-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅଧିନସ୍ଥ ପନେସରା ଓ କେଉଁଟିପାଲୀ ମଧ୍ୟରେ ତିଆରି ହେଉଛି ଆର ଡି ରାସ୍ତାରେ ନୂତନ ବ୍ରିଜ ଘେଁସରା ନାଳ ବ୍ରିଜ l ସ୍ୱାଧୀନତାର ଦୀର୍ଘ ୭୫ ବର୍ଷପରେ ତିଆରି ହେଉଛି ଏହି ବ୍ରିଜ ଟି l ପାଖ ଲୋକଙ୍କ ସୁବିଧା ସହ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଗମନାଗମନ ଲାଗି ଫଳପ୍ରଦ ହେବ l ଆଖପାଖ ଲୋକଙ୍କ ଅନେକ ସ୍ୱପ୍ନ ଥିଲା ଯେ ଏହି ନାଳରେ ବ୍ରିଜଟିଏ ହେଉ ବୋଲି, ତାହା ଦୀର୍ଘଦିନ ପରେ ପୂରଣ ହେବାକୁ ଯାଉଛି l ଆଜି ଉକ୍ତ ସ୍ଥାନକୁ ପହଂଚିଥିଲେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ଯେହେତୁ ବ୍ରିଜ ରାସ୍ତା ପାଇଁ ଜମିଅଧିଗ୍ରହଣର ଆବଶ୍ୟକ l ଉକ୍ତ ରାସ୍ତା ନିର୍ମାଣରେ ଯେଉଁମାନେ ଜମି ପ୍ରଦାନ କରିବେ ବା ଯାହା ଜମି ଯାଉଛି ସେମାନେ ଉପସ୍ଥିତ ଥିଲେ l ଏଥିପାଇଁ ଲୋକଙ୍କ ସହଯୋଗ ମାଗିଥିଲେ ବିଧାୟକ ଡ଼ ମୁକେଶ ମହାଲିଙ୍ଗ l ସୂଚନାରୁ ପ୍ରକାଶ ଯେ ଏହି ଘେଁସରା ବ୍ରିଜ ପାଇଁ ୨ କୋଟି ୩୭ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି l କାମ ମଧ୍ୟ ଚାଲିଛି ହେଲେ ଏ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ସ୍ଥାନର ସୂଚନାଫଳକରେ ବଜେଟର ଚିନ୍ହବର୍ଣ୍ଣ ନାହିଁ l ଯାହାହେଉ ଆଜି ଲୋଇସିଂହା ବିଧାୟକଙ୍କ ସମେତ ଉପସ୍ଥିତ ଥିଲେ ଏସଡିଓ ଗଜେନ୍ଦ୍ର ପଧାନ, ଜେ. ଇ ବିଧାନ ନାୟକ, ଆର ଆଇ ସୀମା ସ୍ୱାଇଁ, ଆରଜୁ ପଟେଲ, ବ୍ୟାସଦେବ ପଟେଲ, ମୋହନଲାଲ ସା ସହ ବିଜେପି କାର୍ଯ୍ୟକର୍ତ୍ତl ପ୍ରମୁଖ l