-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2023
ବଲାଙ୍ଗୀର:- ଆଜି ଅପରାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏନ୍ ୟୁ ଜେ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।ରାଜ୍ୟ ସାମ୍ବାଦିକ ସଂଘ ,ବଲାଙ୍ଗୀର ଶାଖା ର ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ସଭାପତିତ୍ବ ରେ ଏନ୍ ୟୁ ଜେ ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏନ୍ ୟୁ ଜେ ର ଜନ୍ମ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ। ସଂଘ ର ସମ୍ପାଦକ
ରଘୁ ନନ୍ଦନ ସିଂ ଅତିଥି ପରିଚୟ ପ୍ରଦାନ ସହ ସଭା ସଂଯୋଜନା କରିଥିଲେ।ସାଧାରଣ ସମ୍ପାଦକ ଶରତ କୁମାର ମହାକୁର ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା ସମ୍ପର୍କରେ ଅବଗତ କରିଥିଲେ ।ଏସ ୟୁ ଜେ ର ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ମହେନ୍ଦ୍ର ପଧାନ ,ବିନୋଦ ଦୀପ,ପବନ ବଂଶଲ୍ ,ଜୟ ପ୍ରକାଶ ମଟାରୀ , ଦିଲୀପ ସାହୁ, ନିରୋଜ୍ ମିଶ୍ର ଯୋଗ ଦେଇ ନିଜସ୍ଵ ମତାମତ ଦେଇଥିଲେ ।ଶେଷରେ ସନ୍ତୋଷ କୁମାର ଠାକୁର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।