-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||     

HOME   ଜିଲ୍ଲା

ଡି ଏନ ସୁରୟା ଙ୍କ ଯାଦୁରେ ଚକିତ ଦର୍ଶକ ଆୟୋଜକ

22-Jan-2023



ସୁବର୍ଣ୍ଣପୁର / ସୁବର୍ଣ୍ଣପୁର ର ସୁବର୍ଣ୍ଣ ଲୋକ ମହୋତ୍ସବ ର ଅନ୍ତିମ ସନ୍ଧ୍ୟା ରେ ରେ  ଡି ଏନ ସୂର୍ଯ୍ୟା ନାମକ ଜଣେ ଯାଦୁକର ମଞ୍ଚ ରେ ଦେଖାଇଲେ ଅନେକ ଯାଦୁ ଖେଳ l ସମସ୍ତ ଙ୍କୁ କଲେ ଚକିତ l ଯାଦୁ ପ୍ରଦର୍ଶନ ପୂର୍ବ ରୁ କିନ୍ତୁ ସେ  ଯାଦୁଗର ଫିଲ୍ମ ଅମିତାଭ ଷ୍ଟ୍lଇଲ ରେ ଆସି  କହିଦେଲେ ଦର୍ଶକ ଙ୍କୁ ଯେ, ମେଁ ୟେସା ଏକ ଯାଦୁଗର ହୁଁ ଜୋ ଆପ କା ମୋବାଇଲ ଗୁଗୁଲ କୋ ଭି ଗାଏବ କରସର୍କୁଁ l ଜଣେ ଫରେନର ଭଳି ଏଣ୍ଟ୍ରି କଲେ ମଞ୍ଚ ରେ, ଏତେ ଷ୍ଟାଇଲିଷ୍ଟ ସ୍ମାର୍ଟ ଯାଦୁଗର  ଟିଏ ପୁଣି ଏତେ ବଡ଼ ମଞ୍ଚ ରେ ଲୋକେ ଦେଖି ଯାହl ତ ଆଶ୍ଚର୍ଯ୍ୟ ବ୍ୟଗ୍ର ହୋଇପଡୁଥିଲେ ତାଙ୍କ ମୁହଁ ରୁ ବାରି ହେଉଥିଲା l  ପୁଣି ଗୁଗୁଲ କଥା ଶୁଣି ପରୀକ୍ଷା କରି ଲୋକଙ୍କ ଆହୁରି ବିଶ୍ୱାସ ବଢିଗଲା ଯେ ସତରେ ଜଣେ ପ୍ରଖ୍ୟାତ ଯାଦୁକର ଙ୍କୁ ଆମେ ପାଇଛୁ l ଜୀବନ ଧନ୍ୟ ହୋଇଗଲା l ଏ  ଵିଜ୍ଞ ଜ୍ଞାନୀ ଗୁଣୀ ଯାଦୁଗର ଙ୍କ କିନ୍ତୁ ବୁଦ୍ଧି ପ୍ରଖର ତୀକ୍ଷ୍ଣ ନଜର ବି l  ସେ ଜାଣିଛନ୍ତି ଯେ ଗୁଗୁଲ ସର୍ଚ୍ଚ କରି ଚାଲାକି ଦର୍ଶକ ସମସ୍ତେ ଶୀଘ୍ର ପରିଚୟ ପାଇଯିବେ ଯାଦୁଗର ର l ସେଥିପାଇଁ ସେ ଯାଦୁ ବାଣ ଟିଏ ଫିଙ୍ଗି ଦେଲେ ଆଗରୁ ଦର୍ଶକ ଗ୍ୟାଲେରୀ କୁ l ଗୋଟେ ପରେ ଗୋଟେ ଭେରାଇଟି ଯାଦୁ ଖେଳ ଚାଲିଥାଏ ମଞ୍ଚ ରେ l ସସ୍ପେନ୍ସ କିନ୍ତୁ ଆହୁରି ବଢୁଥିଲା ଲୋକ ଙ୍କ ଭିତରେ l ମ୍ୟାଜିକ କୁ କମ ମ୍ୟାଜିସିଏନ  ଙ୍କ  ଚାଲି ଚଲଣ ଷ୍ଟାଇଲ ଭଏସ ଉପରେ ଦର୍ଶକ ଙ୍କ ଉତ୍କଣ୍ଠା ଥିଲା ବେଶୀ l ଶେଷ ରେ ଟୋପି ଖୋଲିଦେଲା ପରେ ସମସ୍ତେ ଜାଣିଗଲେ ଯେ ଆଜିକାର ଆକର୍ଷଣୀୟ ଯାଦୁଗର ଡି ଏନ ସୂର୍ଯ୍ୟା ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମ ସୁବର୍ଣ୍ଣପୁର ଜ଼ିଲ୍ଲା ର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ l ଯିଏକି  ବୌଦ୍ଧ, ବାଲାଙ୍ଗୀର ରେ ବିଭିନ୍ନ ବଡ଼ ପଦବୀ, ଓ ଏଇ ସୁବର୍ଣ୍ଣପୁର ଜ଼ିଲ୍ଲା ରେ ବିଡ଼ିଓ, ଡିପିସି, ଉପ ଜ଼ିଲ୍ଲାପାଳ, ପି ଡି- ଡି ଆର ଡି ଏ,  ରୁ ଏବେ ଏ ଡ଼ି ଏମ ଭାବେ କାର୍ଯ୍ୟରତ l ସବୁ ପଦବୀ ରେ କିନ୍ତୁ ନିଜକୁ ଜଣେ ଦକ୍ଷ, ସଫଳ ପ୍ରଶାସକ ଭାବେ ପ୍ରମାଣିତ କରିଛନ୍ତି l ବାସ୍ତବିକ ସଫଳ ବ୍ୟକ୍ତିତ୍ୱ ଓ କଳା ସଂସ୍କୃତି କୁ ଭଲ ପାଉଥିବା ଜଣେ ସଂସ୍କାରି ମଣିଷ ଶ୍ରୀ ଦାଶ l ମଞ୍ଚ ରେ ସିନା  ନିକଟ ରେ ଯାଦୁ ଦେଖାଇଲେ ସେ ଏବେ l ଅଫିସ ରେ କେବେ ତ ଭିନ୍ନ ଖେଳ ଓ ଭିନ୍ନ ପଡିଆ ରେ କେବେ, ଗାଁ ସହର ସବୁ ସଭା ସମିତି, ଭିନ୍ନ ଉତ୍ସବ ରେ,  ତ ସାଧାରଣ ଲୋକ ଙ୍କ ସହିତ ଚା ଖଟି ରେ କେବେ l ସବୁଠି ଉତ୍ସାହ ବଢ଼ାନ୍ତି ଯିଏ ଯେଉଁଠି ଚାହିଁବେ l କେବେ କେଉଁଠି କେତେବେଳେ କେଉଁ ରୂପରେ ଉଭା ହୁଅନ୍ତି ସେ l ମାପି ଜୁଖୀ କମ କଥା ସ୍ପଷ୍ଟ ଭାବେ  କୁହନ୍ତି l ପ୍ରତି ଟି କଥା, ପ୍ରତି  ଟି ଶବ୍ଦ ରେ ବି ଯାଦୁ ଭରିରହିଥାଏ ତାଙ୍କର l ନିକଟ ରେ ଉଦାହରଣ ଟିଏ  ମହୋତ୍ସବ ର ଉଦଯାପନୀ ଭାଷଣ ରେ ଯେମିତି ସେ  ଏ ଭୂମି ରୁ ଭୂମା ଯାଏ ଦୁଇ ଧାଡି ରେ ବୁଝାଇ ଦେଲେ ସବୁ l  କଥାରେ ଅଛି ଗୁଣ ଚି଼ହେଁ ଗୁଣିଆ, ଧାତୁ କୁ ଚିନ୍ହିବା ରେ ଯେମିତି ଚୁମ୍ବକ, ପୃଥିବୀ କୁ ଚି଼ନ୍ହିବା ରେ ଯେମିତି ସୂର୍ଯ୍ୟ, ସେମିତି ଜଣେ ଗୁଣୀ ପ୍ରତିଭା ବାନ ମଣିଷ କୁ ଚିନ୍ହିବା ରେ ଖୁବ ପାରଙ୍ଗମ ଶ୍ରୀ ଦାଶ l ଜ଼ିଲ୍ଲା ର ଯେ କୌଣସି ଜରୁରୀ କାଳୀନ ପରିସ୍ଥିତି  ସଙ୍କଟ ବେଳେ  ଏଡିଏମ ଶ୍ରୀ ଦାଶ  ସବୁବେଳେ ଖୋଜା ପଡନ୍ତି l ଆଉ ସେ ପହଁଚିଲେ ତାଙ୍କ  ବୁଦ୍ଧି ବିଦ୍ୟା ଯାଦୁ ବଳ ରେ ତାହା ତୁରନ୍ତ ସମାଧାନ ହୋଇଯାଏ l ଜ଼ିଲ୍ଲା ପ୍ରଶାସନ ର ଜଣେ କ୍ରାଏସିସ ମ୍ୟାନେଜର ଭାବେ ମଧ୍ୟ ପରିଚିତ ଶ୍ରୀ ଦାଶ l ଏ କଥା ସଭିଏଁ ଜାଣନ୍ତି l ଏ ବର୍ଷ ଜ଼ିଲ୍ଲା ମହୋତ୍ସବ ରେ   ଦର୍ଶକ  ତ ବିରାଟ ପଡିଆ ରେ  ନାମି ଦାମୀ କଳାକାର ଙ୍କ

ଗୀତ ନାଚ ର  ଖୁବ ମଜା  ନେଲେ l ଯେଉଁ ହାତ ଗଣତି  କିଛି ଜଣ ବୁଦ୍ଧିଜୀବୀ ସଂସ୍କୃତିପ୍ରେମୀ  ଉତ୍ସବ ଆରମ୍ଭରୁ  ଏହା ଅପ ସଂସ୍କୃତି ବୋଲି ବୋଲି ସହରରେ  ପ୍ରଚାର କଲେ l ପ୍ରଶାସକ ମାନେ ଟିକେ ମନ ଉଣା କଲେ ହେଲେ  ଜ଼ିଲ୍ଲାପାଳ ଠୁଁ ଆରମ୍ଭ କରି, ଏସପି, ଏ ଡି ଏମ, ପିଡି, ସବ କଲେକ୍ଟର, କିଏ ଗୀତ, ନାଚ ରେ ତ କିଏ ଦର୍ଶକଙ୍କୁ ନଚେଇବା ରେ କଳାକାରଙ୍କୁ ପୁରସ୍କୃତ କରି ଉତ୍ସାହିତ କରିବାରେ, କିଏ ଏଙ୍କରିଙ୍ଗରେ, ତ ଆଉ କିଏ ଯାଦୁ ରେ ସମସ୍ତଙ୍କୁ ଆପଣାର କରିନେଲେ l  ସଭିଁ ଙ୍କୁ କଲେ ମନ୍ତ୍ର ମୁଗ୍ଧ l ଭୁଲି ଗଲେ ମାନ ଅଭିମାନ ସବୁ l ଶେଷରେ ଆଲୋଚକ, ସମାଲୋଚକ, ଆୟୋଜକ, ସଂସ୍କୃତି ଗବେଷକ, ବାଦକ, ଦର୍ଶକ, ସାମ୍ବାଦିକ, ପ୍ରଶାସକ  ସହିତ ମିଶି  ଗୋଟାଏ ମଞ୍ଚ ରେ ନାଚିଲେ ମଜାନେଲେ l ପ୍ରକୃତ ରେ ନକାରାତ୍ମକ ଭାବନାର ବ୍ୟକ୍ତିଙ୍କୁ ମଧ୍ୟ ସକାରାତ୍ମକ ଭାବନା ଆଡକୁ ଯେଉଁ ପ୍ରଶାସନ ଟାଣି ଆଣିବା ଭଳି ଏ ସବୁ  ଅଧିକାରୀ ଙ୍କ କଳା ରହିଛି ଏ ପ୍ରଶାସକ ମାନେ ହିଁ ରିଏଲ ଯାଦୁଗର l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026

You Might Also Like