ଖେଳାଳୀଙ୍କ ଏହି ସଫଳତା ପରେ ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ଜିଲ୍ଲା ତାଇକଣ୍ଡୋ ସଂଘର ସଭପତି ରବୀନ୍ଦ୍ର ହୋତା,ବରିଷ୍ଟ କ୍ରିଡାବିତ ପିତାମ୍ବର ସାହୁ,ବରିଷ୍ଟ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ରାମର୍ଶଦାତା ଶେଷଦେବ ବାରିକ ପ୍ରମୁଖ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜନାଇଛନ୍ତି ।
"/>-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
19-Jan-2023
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ଖେଳାଳୀଙ୍କୁ ସଫଳତା । ରାଜ୍ୟସ୍ତରୀୟ ଅଫିସିଆଲ ତାଇକଣ୍ଡୋ ଚମ୍ପିଆନସିପରେ ଖେଳାଳୀଙ୍କୁ ମିଳିଛି ଏହି ସଫଳତା । ଓଡିଶା ତାଇକଣ୍ଡୋ ସଂଘ ପକ୍ଷରୁ ପୁରୀଠାରେ ଆୟୋଜିତ ଏହି ପ୍ରତିଯାଗିତାରେ ଏହେସାସ ତାଇକଣ୍ଡୋ ଏକାଡେମୀର ଆନ୍ତର୍ଜାତୀୟ କୋଚ ଏହେସାସ ହୋତାଙ୍କ ନେତୃତ୍ୱରେ ମୋଟ ୧୭ ଜଣ ଖେଳାଳୀ ବିଭିନ୍ନ ବର୍ଗରେ ଯୋଗଦେଇଥିଲେ । ତେବେ ସେମାନଙ୍କ ମଦ୍ୟରୁ ଅନ୍ୱେଶ ହୋତା ଏବଂ ହର୍ଷିତା ନାୟକଙ୍କୁ ସ୍ୱର୍ଣ୍ଣ,ପ୍ରିୟଦର୍ଶନ କର,ହରିପ୍ରୀୟା ମିଶ୍ର,ବିଶ୍ୱନାଥ ଭୋଇ ଏବଂ ଦେବାଶିଷ ଚରଣ ନାୟକଙ୍କୁ ରୋପ୍ୟ ପଦକ ମିଳିଥିବାବେଳେ କ୍ରୀଷ କୁଦେଇ ଏବଂ ପ୍ରିତିଷ କର୍ଣ୍ଣଙ୍କୁ କାଂସ୍ୟ ପଦକ ମିଳିଛି ।