-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ରାଜ୍ୟ

ବଲାଙ୍ଗୀର ପୌରାଞ୍ଚଳର ବନ୍ଧକଟାର ପୁନଃରୁଦ୍ଧାର ପ୍ରସଙ୍ଗ.. ମହାରାଣୀସାଗର ସମେତ ବନ୍ଧକଟାର ପରିଦର୍ଶନକଲେ ବୈଷିୟିକ ବିଶେଷଜ୍ଞ ଟିମ୍‌- ବର୍ଷାମାସ ପୂର୍ବରୁ ହେବ ପାଣିସଫେଇ ଅଭିଯାନ

13-Jan-2023



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ସହରର ବନ୍ଧକଟାଗୁଡିକର ପାଣିସବୁ ପ୍ରଦୁଷିତ ହୋଇ ବ୍ୟବହାର ଉପ ଯୋଗୀ ହୋଇରହିନାହିଁ । ଏହାକୁ ପ୍ରସଙ୍ଗକରି ଗତ କିଛିଦିନ ତଳେ ବିଧାନସଭାର ପରିବେଶ ଓ ପ୍ରଦୁଷଣ ବିଭାଗର ଗୃହକମିଟି ବଲାଙ୍ଗୀର ଆସିଥିଲେ । ଏହି ଟିମରେ ବଲାଙ୍ଗୀର ବିଧାୟକ ତଥା କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଆଉ ଜଣେ ସଭ୍ୟ ଆସି ବନ୍ଧକଟା ପରିଦର୍ଶନ କରି ଗଭୀର ଉଦବେଗ ପ୍ରକାଶ କରିଥିଲେ । ମହାରାଣୀସାଗର ଉନ୍ନତିକରଣ ପାଇଁ ୨୨କୋଟି ଟଙ୍କା,କରଙ୍ଗାକଟାକୁ ୨କୋଟି ଟଙ୍କା ଓ ରାଣିବନ୍ଧକୁ ଦେଢକୋଟି ଟଙ୍କା ଆସିଥିଲେ ହେଁ ତାହାର ସଠିକ ଉପ ଯୋଗ କରିପାରିନଥିବାରୁ କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲା । ଆଜି ବଲାଙ୍ଗୀର ପୌରାଞ୍ଚଳର ବନ୍ଧକଟାର ପୁନଃରୁଦ୍ଧାର ପାଇଁ ରାଜ୍ୟସରକାରଙ୍କ ଏକ ବୈଷୟିକ ଉଚ୍ଚପ୍ରତିନିଧିଦଳ ଓ କେନ୍ଦ୍ରୀୟ ବୈଷୟିକ ବିଶେଷଜ୍ଞ ଆସି ପହଞ୍ଚିଥିବା ଜଣାଯାଇଛି । ରାଜ୍ୟସରକାରଙ୍କ ଗୃହ ଓ ନଗରଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଡ.ଭକ୍ତକବି ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଜାତୀୟବୈଷୟିକ ପରାମର୍ଶଦାତା ବାଙ୍ଗାଲୋରର ଆନନ୍ଦ ମଲ୍ଲିକୱାଡ,ବିଏମସିର  ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ରହିଛନ୍ତି । ଆଜି ଦିନ ୧୦ଟାରେ ଏହି ଟିମ ପ୍ରଥମେ ସର୍କିଟ ହାଉସରେ ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,ନିର୍ବାହୀଅଧିକାରୀ ସମ୍ମୀ ଜୟଶ୍ରୀ ରେଡ୍ଡୀ ଓ କାଉନସିଲରମାନଙ୍କ ସହ ଆଲୋଚନାକରିଥିଲେ । ପରେ ସେଠାରୁ ବାହାରି ମହାରାଣୀସାଗରର, ପ୍ରତାପସାଗର, ରାଣୀବନ୍ଧ,ଗେଟସରୋବରବନ୍ଧ, କରଙ୍ଗାକଟା ଓ ନରସିଂହବନ୍ଧକୁ ପରିଦର୍ଶନ କରିଥିଲେ । ଲେକମେନ ଭାବରେ ପରିଚିତ ଥିବା ଜାତୀୟ ପରିବେଶ ପରାମର୍ଶଦାତା ଥିବା ଆନନ୍ଦ ମଲ୍ଲିକୱାଡ ମହାରାଣୀସାଗର ପରି୍‌ର୍ଶନ ବେଳେ କହିଛନ୍ତି ଯେ,ସେ ସାରାଭାରତ ବୁଲୁଛନ୍ତି । ଅନେକ ପୁସ୍କରିଣୀ ପ୍ରଦୂଷିତ ହୋଇରହିଛି । ବନ୍ଧଗୁଡିକରୁ ଜଳନିସ୍କାସନ କରାଇ ପଙ୍କୋଦ୍ଧାର କରାଯିବ । ପରେ ଆବଷ୍ୟକ ବୈଷୟିକ ତତ୍ୱାବଧାନରେ ପାଣିର ଶୁଦ୍ଧିକରଣ କରାଯିବ । ଏହା ଫଳରେ ସଂରକ୍ଷିତ ଜଳ ବ୍ୟବହାର ଉପଯୋଗୀ ହୋଇପାରିବ । ବନ୍ଧଗୁଡିକରେ ପୂଜାସାମଗ୍ରୀ ଅନ୍ୟନ୍ୟ ଜିନିଷ ନଫୋପାଡି ଏକ ନିଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି ନଗରଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଡ.ଦାସ କହିଥିଲେ ଯେ,ଏବେ ମହାରାଣି ସାଗରର ଯେତେ ଅଞ୍ଚଳରେ ପାଣି ଅଛି ସେହି ଅଞ୍ଚଳକୁ ଫୋକସଦ କରାଯିବ । ଏହାର ପଙ୍କୋଦ୍ଧାର କରାଯାଇ ଉନ୍ନତିକରଣ କରାଯିବ । ବନ୍ଧର ଆବର୍ଜନା ସଫାକରାଯାଇ ପାଣିକୁ ଶୁଦ୍ଧ କରାଯିବ ଯେଭଳି କି ମଶା ନହେବେ ଓ ବନ୍ଧ ପରିସ୍କାର ଦେଖାଯାଇ ବ୍ୟବହାର ଉପଯୋଗୀ ହେବ । ଆମେ ବନ୍ଧର ସୌନ୍ଦର୍ଯ୍ୟକରଣ ଅପେକ୍ଷା ଶୁଦ୍ଧିକରଣକୁ ପ୍ରଧାନ୍ୟ ଦେଉଛୁ ବୋଲି ଡ.ଦାସ କହିଛନ୍ତି । ତେବେ ଗତ ଏକ ବର୍ଷ ହେଲା ଏହି ପ୍ରକଲ୍ପର ଶିଳାନ୍ୟାସ କରାଯାଇଥିଲା କାମ କାହିଁକି ଆରମ୍ଭ ହୋଇନାହିଁ ବୋଲି ପଚାରିବାରୁ ଏକ ପିଏସୟୁ ଏଜେନ୍ସୀ ଏହାର ଡିପିଆର ତିଆରୁଥିଲା । କିନ୍ତୁ ସେଥିରେ ତୃଟିଥିବାରୁ ସେଥିରେ ସଂଶୋଧନ କରାଯିବାର ଆବଶ୍ୟକ ପଡିଲା ସେଥିପାଇଁ ବିଳମ୍ବ ହୋଇଛି ବୋଲି କହିଥିଲେ । ଡିପିଆର ପ୍ରସ୍ତୁତ ପରେ କାମ ପାଇଁ ଟେଣ୍ଡର କରାଯିବ ବୋଲି ଡ.ଦାସ କହିଥିଲେ । ଏହି ପରିଦର୍ଶନ ସମୟରେ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,କାଉନସିଲର ସରିତା ଦାସ, ଶମ୍ଭୁ ନାଗ, ଗଙ୍ଗା ଚାନ୍ଦ, ଶତୃଘ୍ନ ନାଗ,ପିଙ୍କି କବାଟ,ମହେନ୍ଦ୍ର ବାଗ ସମେତ ଅନ୍ୟାନ୍ୟ କାଉନସିଲର,ପୌରପାଳିକାର ନିର୍ବାହୀଅଧିକାରୀ ସାମ୍ମୀ ଜୟଶ୍ରୀ ରେଡ୍ଡୀ,ଏମ.ଇ ଶ୍ରୀ ନାଏକ ଓ ଅନ୍ୟ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like