-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2023
ବଲାଙ୍ଗୀର(ପ୍ରେରଣା ଖବର), ଆଜି କେନ୍ଦୁ ଲିଫ୍ ବନଖଣ୍ଡ ପକ୍ଷରୁ ୱାକର୍ସ ଟ୍ରଷ୍ଟ ଫଣ୍ଟ ଅଧୀନରେ ଥିବା ଦିବଙ୍ଗତ ତୋଳାଳି ଓ ବନ୍ଧାଳି ମାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । କେନ୍ଦୁଲିଫ୍ ବିଭାଗରେ କାମ କରି ମୃତ୍ୟୁବରଣ କରିଥିବା ହିତାଧିକାରୀ ମାନଙ୍କ ପରିବାର ସଦସ୍ୟଙ୍କୁ ଚେକ୍ ମାଧ୍ୟମରେ ୨ଲକ୍ଷ ଟଙ୍କ ର ସହାୟତା ରାଶି ଚେକ୍ ମାଧ୍ୟମରେ ବଣ୍ଟନ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲା ଅଧୀନରେ ଥିବା ୮ଟି ରେଂଜ ର କର୍ମଚାରୀ ମାନେ ଏଥିରେ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା, ବଲାଙ୍ଗୀର ଏସ୍ପି ନିତିନ କୁଶଲକର ଓ ବଲାଙ୍ଗୀର ବନ ବିଭାଗର ସିସିଏଫ୍ ଓ ବଲାଙ୍ଗୀର ଟେରିଟୋରିଆଲ ଡିଭିଜନର ଡିଏଏଫ୍ଓ ନିତିଶ କୁମାର ଉପସ୍ଥିତ ଥିଲେ ।